June 29, 2024

ନବରଙ୍ଗପୁର ଜିଲ୍ଲାରେ ମେଧାବୀ ଛାତ୍ର ଛାତ୍ରୀ ବାହାରିବା ନେଇ ସନ୍ଧେହ ଘେରରେ, ଜଣେ ଶିକ୍ଷକରେ ଚାଲିଛି ଶିକ୍ଷକ ଗଢା କାରଖାନା….

Share

ଉମରକୋଟ :- ରାଜ୍ଯ ସରକାର ୫ଟି ନାରେ ବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କଲେ। କିନ୍ତୁ ଶିକ୍ଷକ ନିଯୁକ୍ତି ନ ଦେଇ ସେଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଯେ ତାହର ମୂଲ୍ୟ କିଛି ନାହିଁ ଓ ଏହା ଛାତ୍ର ଛାତ୍ରୀ ଙ୍କ ର କୌଣସି ଉପକାର ରେ ଆସିବ ନାହିଁ ଏହାର ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଥିବା ସରକାରି ଗୋଷ୍ଠି ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ରେ ଦେଖିବାକୁ ମିଳିଛି।ଏହି ଶିକ୍ଷା ଅନୁଷ୍ଠାନ ର କାମ ହେଲା ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରି ଶିକ୍ଷକ ଭାବେ ଗଢ଼ିବ। କିନ୍ତୁ ଏହି ଶିକ୍ଷକ ଗଢା କାରଖାନା ଟି ଆଜି ଜଣେ ମାତ୍ର ଶିକ୍ଷକରେ ଚାଲିଛି ଫଳ ରେ ନବରଙ୍ଗପୁର ଜିଲ୍ଲାରୁ ମେଧାବୀ ଛାତ୍ର ଛାତ୍ରୀ ମାନେ ବାହାରିବେ ତାହା ଏବେ ସନ୍ଧେହ ସୃଷ୍ଟି କରୁଛି। ରାଜ୍ୟ ସରକାର ଏହି ଅନୁଷ୍ଠାନକୁ ଇଟି ସ୍କୁଲ ନାଁରେ ୧୯୬୦ ମସିହାରେ ପ୍ରତିଷ୍ଠା କରିଥିଲେ। ପରେ ଏହା କୁ ସରକାର ସିଟି ସ୍କୁଲ ନାଁରେ ପରିବର୍ତନ କରିଥିଲେ। ସମଗ୍ର ଓଡ଼ିଶାରୁ ମେଧାବୀ ଛାତ୍ର ଛାତ୍ରୀ ମାନେ ଏଠାକୁ ତାଲିମ ନେବା ପାଇଁ ଆସୁ ଥିଲେ। ୧୯୯୪ ମସିହାରେ ଏହି ଅନୁଷ୍ଠାନ ଟି ସିଟି ସ୍କୁଲ ରୁ ବାଏଟ ବା ଗୋଷ୍ଠି ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ରେ ରୂପାନ୍ତର କଲେ ରାଜ୍ୟ ସରକାର। ସରକାର ଙ୍କ ନିୟମ ହେଲା ନବରଙ୍ଗପୁର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ର ମେଧାବୀ ଛାତ୍ର ଛାତ୍ରୀ ମାନେ ଏହି ଅନୁଷ୍ଠାନ ରୁ ତାଲିମ ନେବେ ପରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲ ରେ ନିଯୁକ୍ତି ପାଇ ଦେଶ ର ଭବିଷ୍ୟତ କୁହା ଯାଉ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବେ। ଦୁଃଖ ର କଥା
ସରକାର ଙ୍କ ନିୟମ ରହିଛି ଏହି ଶିକ୍ଷକ ଗଡ। କାରଖାନାରେ ଅଧ୍ୟକ୍ଷ ଙ୍କ ସମେତ ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇବା କଥା। କିନ୍ତୁ ଜଣେ ଶିକ୍ଷୟତ୍ରୀଙ୍କ ଦ୍ଵାରା ଚାଲିଛି ଏହି ଶିକ୍ଷା ଅନୁଷ୍ଠାନଟି। ଜଣେ ଶିକ୍ଷକ ଉମରକୋଟ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଛନ୍ତି। ସେ ସପ୍ତାହ ରେ କିଛି ଦିନ ଆସି ପିଲାଙ୍କୁ ପାଠ ପଡ଼ାଇବେ। ଯେଉଁଠି ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରିବା କଥା ସେଠାରେ ନିଯୁକ୍ତି ପାଇଥିବା ଜଣେ ମାତ୍ର ଶିକ୍ଷୟତ୍ରୀ ଶିକ୍ଷା ଦାନ କରିବେ ? ପୁଣି ଏହି ଶିକ୍ଷୟତ୍ରୀଙ୍କ କାମ ହେଲା ନବରଙ୍ଗପୁର ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରିବା ସହ ତାଲିମ ପ୍ରଦାନ କରିବେ। ଫଳରେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରାୟ ୨ ବର୍ଷ ଶିକ୍ଷା ଦାନ ପୁରା ପଙ୍ଗୁ ହେଇ ଯାଇଛି। ଛାତ୍ର ଛାତ୍ରୀ ମାନେ ଜିଲ୍ଲାର ଦୁର ଦୁର।ନ୍ତରୁ ପାଠ ପଢିବା ପାଇଁ ଆସୁଛନ୍ତି କିନ୍ତୁ କ୍ଲାସ ହେଉ ନାହି, କର୍ସ ସରୁନାହି, ପିଲା ମାନଙ୍କୁ କିପରି ପାଠ ପଡ।ଇବେ ଶିକ୍ଷକ ମାନେ ଜାଣି ପାରୁନାହାନ୍ତି। ଏଥିରୁ ଅନୁମାନ କରା ଯାଇପାରିବ ଏହି ଅନୁଷ୍ଠାନର ଶିକ୍ଷକ ମାନେ ବିଭିନ୍ନ ସରକାରୀ ସ୍କୁଲ ରେ ଶିକ୍ଷକ ଭାବେ ନିଯୁକ୍ତି ପାଇଁ କିପରି ଶିକ୍ଷାଦାନ କରୁଥିବେ ଓ ନବରଙ୍ଗପୁର ଜିଲ୍ଲାରୁ କିପରି ଭାବେ ମେଧାବୀ ଛାତ୍ର ଛାତ୍ରୀ ବାହାରିବେ ଏଥିରୁ ସହଜରେ ଅନୁମାନ କରିହେବ। ଗତ ବର୍ଷ ରାଜ୍ଯ ସରକାର ସମଗ୍ର ଓରିଶା ରେ ଥିବା ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରହଣ କରି ନ ଥିଲେ। କିନ୍ତୁ ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ନାମ ଲେଖାଇ ଥିଲେ। ଫଳରେ ଉମରକୋଟ ଠାରେ ଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ ୧୦୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ରତ। ୧୯୬୦ ମସିହାରେ ନିର୍ମାଣ ହେଇ ଥିବା ହଷ୍ଟେଲ ରେ ପୁଅ ମାନେ ବିପଦ ସଙ୍କୁଳ ଅବସ୍ଥାରେ ରହୁଥିବା ଅଭିଯୋଗ ମଧ୍ୟ ହେଉଛି। ଛାତ୍ରୀ ମାନଙ୍କ ପାଇଁ କୌଣସି ହଷ୍ଟେଲ ସୁବିଧା ନାହିଁ। ଫଳରେ ଗରିବ ମେଧାବୀ ଛାତ୍ରୀ ମାନେ ଉମରକୋଟ ସହର ରେ ଭଡା ଘରେ ରହି ଅଯଥା ଖର୍ଚ୍ଚାନ୍ତ ହେଉ ଛନ୍ତି। ଏକାଦା ସୁନାମ ଥିବା ଏହି ଶିକ୍ଷା ଅନୁଷ୍ଠାନଟି ଜଣେ ମାତ୍ର ଶିକ୍ଷକରେ ଶିକ୍ଷା ଦାନ ଚାଲିବ ତେବେ ନବରଙ୍ଗପୁର ଜିଲ୍ଲାରେ କିପରି ଭାବେ ମେଧାବୀ ଛାତ୍ର ଛାତ୍ରୀ ବାହାରିବେ ? ନବରଙ୍ଗପୁର ଜିଲ୍ଲାର ବିକାଶ ରେ ଏହି ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ରେ କିପରି ସହାୟକ ହେବେ ଓ ଜିଲ୍ଲାର ସୁନାମ ବଡାଇବେ? ଏଥି ପାଈଁ ଦାୟୀ କିଏ? ସ୍ଥାନୀୟ ଲୋକ ପ୍ରତିନିଧି ନା ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ?ତୁରନ୍ତ ରାଜ୍ୟ ସରକାର ଏହି ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ଦେବା ପାଈଁ ବୁଦ୍ଧି ଯିବି ମହଲରେ ଦାବୀ ହେଉଛି। (ଏମ.ଦୀନା°ଶୁ ଆଚାରୀ)