September 29, 2024

ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ……

Share

ଉମରକୋଟ :ସ୍ୱାସ୍ଥ୍ୟ ସେବା ଓ ଗମନା ଗମନ ର ବାଧକ ସାଧୁଛି ଭାରତମାଳା ରାସ୍ତା!ଲୋକେ ବାଧ୍ୟ ହୋଇ ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଛି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବଡ଼ଭରଣ୍ଡୀ ପଂଚାୟତ ର କିଛି ଗ୍ରାମ ରେ!ପଂଚାୟତ ରେ ଥିବା ନାଗରାଡଙ୍ଗରି, ନାଗଜରୀ, ଏଭଳି ପ୍ରାୟ ୧୦ରୁ ୧୨ଟି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଟିକୁ ବର୍ତମାନ ବନ୍ଦ କରିଦିଆଯାଇଛି!ଆଜି ସକାଳେ ଏକ ଗର୍ଭବତୀ ମହିଳା ଙ୍କୁ ଏମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ବେଳେ ଭାରତମାଳା ରାସ୍ତା ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା!କିଛି ସମୟ ପରେ ବହୁତ କଷ୍ଟରେ ଲୋକେ ଏମ୍ବୁଲାନ୍ସ ଟିକୁ ଆରପାରିରେ ପଠାଇଥିଲେ!ଏହା ଦେଖି ଆଖ ପାଖ ର ପ୍ରାୟ ୧୦ରୁ ୧୨ଟି ଗ୍ରାମର ଲୋକେ ନିଜ ଗ୍ରାମ ଗୁଡିକ କୁ ଯାତାୟାତ କରିବାକୁ ରାସ୍ତା ନ ଥିବାରୁ ବାଧ୍ୟ ହୋଇ ୧୮୫/୫୦୦ଚେନେଜ ର ରାସ୍ତା ଅବରୋଧ କରି ହୋ ହାଲ୍ଲା କରିଥିଲେ!କିଛି ସମୟ ପରେ ଭାରତମାଳା ରେ କାର୍ଯ୍ୟରତ କର୍ମଚାରୀ, ସ୍ଥାନୀୟ ତହସିଲଦାର ଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବା ରୁ ସମାଧାନ ର ବାଟ ବାହାରିଥିଲା!ଏବଂ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ!ଆଗାମୀ ଦିନରେ ଆମ ଅଞ୍ଚଳ ର ଗ୍ରାମଗୁଡିକ କୁ ସଂଯୋଗ କରିବା ପାଇଁ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଥିଲେ!ସେପଟେ ଭାରତମାଳା ରାସ୍ତାରେ ମକା, ଧାନ ଶୁଖାଇବା ର ଦୃଶ୍ୟ ଦେଖିବାକୁ ମିଳିଥିଲା!ଲୋକଙ୍କୁ ଯାତାୟାତ ନିମନ୍ତେ ସରକାର ରାସ୍ତା ନିର୍ମାଣ କରୁଥିବାବେଳେ ଏଠାରେ ମକା, ଧାନ ଶୁଖାଉଥିବା ଦେଖିବାକୁ ମିଳିଛି!ରାସ୍ତା ରେ ଯଦି କୌଣସି ଅଘଟଣ ଘଟେ ତାହାହେଲେ ଦାୟୀ କିଏ ରହିବ?(ଏମ.ଦୀନା°ଶୁ ଆଚାରୀ)