April 19, 2025

ଓରିଶା – ଛତିଶଗଡ ସୀମା ରେ ପୋଲିସ ର କଡାକଡି ଯାଞ୍ଚ.…….

Share

 

ଉମରକୋଟ – ଆସନ୍ତା ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମରକୋଟ ପୋଲିସ ଓରିଶା – ଛତିଶଗଡ ସୀମା ରେ କଡ଼ା କଡ଼ି ଯାଞ୍ଚ କରିବାରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି।ଓଡିଶା ରେ ସାଧାରଣ ନିର୍ବାଚନ ନିମନ୍ତେ ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ବଳ ପ୍ରୟୋଗ କରୁଥିବା ବେଳେ ସେପଟେ ପୋଲିସ ମଧ୍ୟ ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରେ କଡାକଡି ଯାଞ୍ଚ ଜାରି ରଖିଛି।ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଙ୍କ ନିର୍ଦେଶକ୍ରମେ ଓ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ ଙ୍କ ତତ୍ୱାବଧାନ ରେ ଏସ ଆଇ ସୌମେନ୍ଦ୍ର ସେଠ ଏବଂ ସିଆରପିଏଫ ର ୧୨ନଂ ବେଟାଲିଆନ ପୋଲିସ ଫୋର୍ସ ଏକତ୍ରିତ ହୋଇ ଓଡିଶା ଓ ଛତିଶଗଡ ରାଜ୍ୟ ର ସୀମାବର୍ତ୍ତୀ ଅଞ୍ଚଳ ଦଣ୍ଡେସରା ଠାରେ ଗାଡି ଯାଞ୍ଚ କଡାକଡି କରିଥିବା ଦେଖିବାକୁ ମିଳିଥିଲା।ଛତିଶଗଡ ପଟରୁ ଓଡିଶା ଏବଂ ଓଡିଶା ରୁ ଛତିଶଗଡ ଯାଉଥିବା ସମସ୍ତ ଯାନବାହାନ ତଥା ବସ, ଟ୍ରକ, କାର, ମୋଟରସାଇକଲ କୁ ଟିକି ନିକି ଭାବେ ଯାଞ୍ଚ କରିଥିଲେ!ସନ୍ଦେହ ରେ ଥିବା ଗାଡିକୁ ଅଟକ ରଖି ପଚରା ଉଚରା କରୁଥିବା ଦେଖିବାକୁ ମିଳିଥିଲା। ମଦ, ଟଂକା ଇତ୍ୟାଦି ଯେପରି ଛତିଶଗଡ ରାଜ୍ୟ ପଟୁ ଓରିଶା ଭିତର କୁ ପ୍ରବେଶ ନ କରେ ସେଥି ପାଇଁ ତୀକ୍ଷ୍ମ ଦୃଷ୍ଟି ରଖା ଯାଇଛି, ଏହା ପ୍ରତିଦିନ ଚାଲିଛି ଓ ଏହା ନିର୍ବାଚନ ସଂପୂର୍ଣ୍ଣ ହେବ। ଯାଇ ଏହି ପ୍ରକ୍ରିୟା ଚାଲିବ ବୋଲି ଉମରକୋଟ ଆଇ ଆଇ ସି ଡମ୍ବରୁ ଧର ପ୍ରଧାନ ସୁଚନା ଦେଇଛନ୍ତି।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)