May 19, 2025

କୁନ୍ଦୁରା ବ୍ଲକ ରେ ବନ୍ଦ ପାଳନ

Share

 

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା 19.4. କୁନ୍ଦୁରା ବ୍ଲକ ସଦର ମହକୁମା ତଥା ସାଗର ଗୁଡା,ଲିମା ଆଦି ଆଖ ପାଖ ଅଞ୍ଚଳରେ ଆଜି ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ପାଳନ କରାଯାଇଛି l ଏଥିରେ ବ୍ଲକ ସଭାପତି ଧନୁର୍ଯୟ ଘିଉରିଆଙ୍କ ନେତୃତ୍ଵରେ ଶତାଧିକ ବିଶ୍ଵ ହିନ୍ଦୁ ପରିଷଦର କର୍ମୀ ସାମିଲ ହୋଇ କୁନ୍ଦୁରା ବ୍ଲକ ରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିଲେ l ବ୍ଲକରେ ବ୍ୟବସାୟୀଙ୍କ ସମେତ ସର୍ବସାଧାରଣଙ୍କ ବହୁଳ ସମର୍ଥନ ଥିଲା I ବନ୍ଦ ଥିଲା ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ଥିଲା ଓ ଜନ ଶୂନ୍ୟ ଥିଲା ରାସ୍ତା ଘାଟ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ସୁମିତ୍ କୁମାର ସାହୁ, ଜିଲ୍ଲା ସହ ସମ୍ପାଦକ ଚୁଡ଼ାମଣି ବିଶୋଇ ପ୍ରମୁଖ ପୂର୍ଣ୍ଣ ସହଯୋଗ ଓ ପରିଚାଳନା କରିଥିଲେ l ବ୍ଲକ ରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି l

କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ news ଉପାନ୍ତ ଓଡ଼ିଶା l

You may have missed