ଆଜିର ଖବର
*ଖବର ଆଜିର*
*ତାରିଖ ୧୯/୦୪/୨୩, ବୁଧବାର*
*୧-ତାତିରେ ଫୁଟୁଛି ସାରା ଓଡ଼ିଶା : ଆହୁରି ୨ରୁ ୩ ଦିନ ନିସ୍ତାର ନାହିଁ, ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି।*
*୨-ଭୁବନେଶ୍ୱର: ସରୋଜ ସାମଲ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ।*
*୩-ପୁଣି ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ରାଜ୍ୟ ସରକାର:୧୯ ଓ ୨୦ତାରିଖ; ଏହି ଦୁଇ ଦିନ ଛୁଟି।*
*୪-କେନ୍ଦୁଝରଗଡ:ଇଣ୍ଟରନେଟ୍ ଓ ପାୱାର ବ୍ୟାକ୍ଅପ୍ ସମସ୍ୟା; ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଇ-ମୂଲ୍ୟାୟନରେ ବିଭ୍ରାଟ।*
*୫-ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା(ସଂଧ୍ୟା ୬ଟାରୁ ରାତି ୧୦) ଯାଏଁ ବନ୍ଦ ରହିବ ଦର୍ଶନ।*
*୬-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ।*
*୭-ଭଦ୍ରକ: ଏକ ଚେକ୍ ବାଉନସ୍ ମାମଲାରେ ୯୦ ଲକ୍ଷ କ୍ଷତିପୂରଣ,୬ ମାସ କାରାଦଣ୍ଡ ପାଇଁ ନିର୍ଦ୍ଦେଶ।*
*୮-ଡୁମୁଡୁମା:ଆଜି ଉଦଘାଟିତ ହେବ ମହିଳା ଭେଣ୍ଡିଙ୍ଗ୍ ଜୋନ୍। ମୁକ୍ତା ଯୋଜନାରେ ନିର୍ମାଣ ହୋଇଛି ୪୧ ଦୋକାନ ଘର।*
*୯-ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର।*
*୧୦-ସଫଳତାର ୩୫ ବର୍ଷ ପୂରଣ କଲା ଆଲେନ,୧ ହଜାର ଛାତ୍ରଛାତ୍ରୀଙ୍କୁ ଦେବ ମାଗଣା କୋଚିଂ।*
*୧୧-ପୁରୀ:ଅକ୍ଷୟ ତୃତୀୟା ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ।*
*୧୨-ଭଦ୍ରକ:ମୃତ ଶିଶୁକୁ ଜୀବିତ କରିବାପାଇଁ ୧ଘଣ୍ଟା ପାଇଁ ଲୁଣରେ ପୋତିଦେଲେ ।ମଲା ଛୁଆକୁ ଲୁଣରେ ପୋତିଲେ ସେ ପୁଣିଥରେ ଜୀବନ ଫେରି ପାଇବ ବୋଲି ଏକ ଅନ୍ଧ ବିଶ୍ୱାସକୁ ନେଇ ଏଠି ଚର୍ଚ୍ଚା।*
*୧୩-ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ:ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍, ଦୁଇ ଗୁରୁତର।*
*୧୪-ଗହଣା ଦୋକାନକୁ ଉଦଘାଟନ କରିବା ପାଇଁ ରାଉରକେଲାରେ ବଲିଉଡ୍ ଷ୍ଟାର ରଣବୀର କପୁର।*
*୧୫-ହଜଗିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ: ଦୁଇଟି ଫାଇଲ ପାଉନାହିଁ ରାଜ୍ୟ ଆଇନ ବିଭାଗ।*
*୧୬-ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ସମ୍ବଲପୁର ହିଂସାକାଣ୍ଡକୁ ନେଇ ବନ୍ଦ ଡାକରା ଦେଲେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ।*
*୧୭-ସମୁଦ୍ରକୁ ଫେରୁଛନ୍ତି ଲକ୍ଷ ଲକ୍ଷ ଅଲିଭରିଡଲେ ଛୁଆ: ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ଆରମ୍ଭ ହୋଇଛି କଇଁଛଙ୍କ ଅଣ୍ଡା ଫୁଟିବା ପ୍ରକ୍ରିୟା।*
*୧୮-ମହାରାଷ୍ଟ୍ରରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା।*
*୧୯-ବିଧବା ମହିଳାଙ୍କୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୂ ଶ୍ୱଶୂରଙ୍କ ଭରଣପୋଷଣ ପାଇଁ ବାଧ୍ୟ ନୁହେଁ ବୋହୂ।*
*୨୦-IPL 2023; ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୪ ରନ୍ରେ ହାରିଲା ସନରାଇଜର୍ସ ହାଇଦ୍ରାବାଦ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*