ନୂତନ ସାଇ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା ….
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡର ପାତାଳୀକ୍ଷେତ୍ର ମୂଳିସିଂହ ପଞ୍ଚାୟତ ର ପୁଣ୍ୟତୋୟା ହଂସୂଆ ନଦୀ ତଟଦେଶରେ, ହରସିଂପୁର ଗ୍ରାମରେ ଗତ ୧୮ ତାରିଖରୁ ଶୁଭାରମ୍ଭ ହୋଇଥିବା, ନବନିର୍ମିତ ସାଇମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଅଙ୍କୁରା ରୋପଣ , ବିଗ୍ରହଧ୍ୟାନ ଦିବସ ଓ ଶୁଭା ଧିବାସ ଅନୁଷ୍ଟିତ ହେବା ପରେ , ମଙ୍ଗବାର ଦିନ ଝଙ୍କେଶ୍ୱର୍ ମହାଦେବଙ୍କ ଘାଟ ନିକଟରୁ ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ବହାରି ସହରହାଟ ବାଟଦେଇ ବାବା ସାଇନାଥ ଙ୍କ ପୀଠ ସ୍ଥଳି ରେ ପହଞ୍ଚିଥିଲା । ପରେ ପରେ ଘଟପୂଜା , ମଣ୍ଡଳପୂଜା କରାଯାଇ, ଯଜ୍ଞକୁଣ୍ଡରେ ଅଗ୍ନୀ ସ୍ଥାପନ କରାଯାଇଥିଲା । ବାବା ଙ୍କ ନିତ୍ୟ ପୂଜକ ବସନ୍ତ କୁମାର ନାୟକ ଓ ଯୋଗେନ୍ଦ୍ର ପଣ୍ଡା, ଯଜ୍ଞ୍ୟ କର୍ତ୍ତା କତ୍ତ୍ରୀ କୈଳାଶ ଚନ୍ଦ୍ର ମଲ୍ଲିକ , ସଂଯୁକ୍ତା ମଲ୍ଲିକ, ସାରଦା ପ୍ରାସାଦ ମହାରଣା, ଅନ୍ନପୂର୍ଣ୍ଣା ମହାରଣା ଙ୍କ ସମେତ ଅଭୟ କୁମାର ମଲ୍ଲିକ , ସନ୍ତୋଷ ମଲ୍ଲିକ , ରବୀନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ , ଅନୀଲ କୁମାର ଦାସ , ପ୍ରମୋଦ ମଲ୍ଲିକ , ଦିଲିଆ ମଲ୍ଲିକ , ବିଶ୍ଵନାଥ ମଲ୍ଲିକ , ସୂର୍ଯ୍ୟନାରାୟଣ ମଲ୍ଲିକ , ଶେଖର ଚନ୍ଦ୍ର ମଲ୍ଲିକ , ନିକୁଞ୍ଜ ବେହେରା ଓ ଗଣେଷ ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ସରପଞ୍ଚ ସଫି ଆଜାମ୍ , ସମିତି ସଭ୍ୟ ରଂଜନ କୁମାର୍ ସାହୁ , ଶ୍ରୀକାନ୍ତ ବେହେରା ପ୍ରମୁଖ ଏହି ପ୍ରତିଷ୍ଠା ମହୋତ୍ସବ ପାଳନ ନିମନ୍ତେ ଅଞ୍ଚଳବାସୀ ଙ୍କର ସହଯୋଗ କାମନା କରିଥିଲେ । ମୂଳିସିଂହ, ବିରିତୋଲ , ସଅଁରା , ଛପଡ଼ା, ଏରଡଙ୍ଗା , ପୁରୁଣାବସନ୍ତ , ତରଜଙ୍ଗା , ଗୋବିନ୍ଦପୁର ଓ କନକ ପୁର ଆଦି ୧୦/୧୫ ଟି ପଞ୍ଚାୟତର ଅଧିବାସୀ ମାନେ ଏହି ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ, ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୂତି ପ୍ରଦାନ କରାଯିବ ବୋଲି, କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।
(ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)