April 25, 2026

ହର୍ଡକୋର୍ ଅପରାଧୀ ନାଲୁ ଗୀରିଫ …

0op3
Share

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବେଗୁନିଆବସ୍ତ ଗ୍ରାମର କୁଖ୍ୟାତ ଅପରାଧୀ ନାଲୁ ସ୍ବାଇଁ କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ତାର ବୟସ ୪୭ ଅଟେ । ତା ନାମରେ ଓଡ଼ିଶା ର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ ମାମଲା ରହିଥିବା ବେଳେ ,ସର୍ବାଧିକ ମାମଲା ରହିଛି କମିଶନରେଟ ପୋଲିସ ଅଧୀନରେ । ସେ ଦୀର୍ଘ ଦିନ ହେବ ଫେରାର ରହିଥିବାରୁ ପୋଲିସ ତାକୁ ଖୋଜୁଥିଲା ଓ ପୂର୍ବରୁ ଅସ୍ତରଙ୍ଗ ପୋଲିସ ଷ୍ଟେସନ ରେ ୩ ଗୋଟି ଜାମିନି ବିହୀନ ୱାରେଣ୍ଟ ଥିବାରୁ ପୋଲିସ ତାକୁ ଧରିବା ବାଇଁ ଏକ ସ୍ୱୋତନ୍ତ୍ର ଗ୍ରୁପ ମଧ୍ୟ ଗଠନ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ରାଜେଶ ବଳିଆର ସିଂ ଙ୍କ ନେତୃତ୍ବରେ ତାର ଘର ଉପରେ ଚଢ଼ାଉ କରିବା ପରେ ନାଲୁ କୁ ଧରିବାକୁ ସକ୍ଷମ ହୋଇଥିଲା ଅସ୍ତରଙ୍ଗ ପୋଲିସ। ତାକୁ ଅସ୍ତରଙ୍ଗ ଥାନାରେ ଜିଲ୍ଲା ପୋଲିସ ତରଫରୁ ପଚରା ଉଚରା କରାଯିବା ପରେ ଦଫା ୩୯୫ସମେତ ଯେଉଁ ସବୁ ଅପରାଧରେ ସଂପୃକ୍ତ ସେ ସମ୍ବଧିୟ ବହୁ ସଙ୍ଗୀନ ଦଫା ଲଗାଯାଇ ନିମାପଡ଼ା କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ )

You may have missed