ଆଜିର ଖବର…
୧-ଭୁବନେଶ୍ୱର:ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା । ସକାଳେ, ସନ୍ଧ୍ୟାରେ ଅସମ୍ଭାଳ ଭିଡ । ଟ୍ରାଫିକ ଜାମ ଯୋଗୁ ଚିନ୍ତାରେ ଗାଡିଚାଳକ।
୨-ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ବର୍ଷା, ଘଡଘଡି ନେଇ ସତର୍କ କରାଇଲା ପାଣିପାଗ ବିଭାଗ।
୩-କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡ଼ିର ମାନସ ମନ୍ଥନ, ନବୀନ ନିବାସ ବୈଠକ ଉପରେ ସମସ୍ତଙ୍କର ନଜର।
୪-ଦକ୍ଷିଣ ଏସିଆ ରାଉଣ୍ଡ ଟେବୁଲ୍ ୟୁନେସ୍କୋ ଚେୟାରଙ୍କ କିଟ୍ ଓ କିସ୍ ପରିଦର୍ଶନ।
୫-ଓଡ଼ାପଡ଼ା: ଖଡ଼ଗପ୍ରସାଦରେ ଝାଡ଼ାବାନ୍ତି ସଂକ୍ରମଣ,୨୦୦ ଆକ୍ରାନ୍ତ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ।
୬-ଭୁବନେଶ୍ୱର:RTE ନାମଲେଖାରେ ଅନିୟମିତତା,ଓସେପା କାର୍ଯ୍ୟାଳୟ ଘେରିଲା ଅଭିଭାବକ ମହାସଂଘ।
୭-ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନେକ ପଦକ୍ଷେପ,୨୩ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେଲା।
୮-ପୂରଣହେଲାନି ଦାବି;ତାତିଲେ ଆୟୁଷ ଡାକ୍ତର, ମାର୍ଚ୍ଚ ୨୦ରୁ ଅସହଯୋଗ ଆନ୍ଦୋଳନ।
୯-ଭାରତ ନିର୍ବାଚନ କମିଶନଙ୍କ ବିଏଲ୍ଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍ଓ ମାସ୍କଟ ‘ମିତା ଦିଦି’।
୧୦-ପ୍ରାର୍ଥୀ ଖୋଜା କସରତ ଆରମ୍ଭ,ତାଲିକା ସହ ଦିଲ୍ଲୀରେ ମନମୋହନ, ବିଜେଡ଼ିର ସମର ସଜ୍ଜା ଆରମ୍ଭ।
୧୧-ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।ଭୋଟ ବର୍ଜନ କରିବେ ଠିକା ସ୍ୱାସ୍ଥ୍ୟ କର୍ମଚାରୀ।
୧୨-ଓଡ଼ିଶାରେ ବାହାରିଲା ୧୦୬୧ PGT ଚାକିରି, ତୁରନ୍ତ କରନ୍ତୁ ଆବେଦନ:ssbodisha.ac.in.
୧୩-ବିଜେଡିର ଟିକେଟ କସରତ । ନବୀନ ନିବାସରେ ପୁରୀ ନେତାଙ୍କ ସହ ଆଲୋଚନା । ପିନାକୀଙ୍କ ଅନୁପସ୍ଥିତି ବଢ଼ାଇଲା ଚର୍ଚ୍ଚା।
୧୪-ସୁପ୍ରିମକୋର୍ଟରୁ ମହମ୍ମଦ ମୋକିମଙ୍କୁ ମିଳିଛି ଆଶ୍ୱସ୍ତି।ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।
୧୫-ନୂଆ ଦିଲ୍ଲୀ:୧୦ ବର୍ଷରେ କିରାସିନି ବ୍ଯବହାର କମିଛି ୨୬ ପ୍ରତିଶତ।
୧୬-ମୁମ୍ବାଇ:୪ ମାସର ନାତିକୁ ୨୪୦ କୋଟି ମୂଲ୍ୟର ଇନଫୋସିସ ଅଂଶଧନ ଦେଲେ ନାରାୟଣ ମୂର୍ତ୍ତି।
୧୭-ଏସବିଆଇ ଉପରେ ବିରକ୍ତ ହେଲେ ସୁପ୍ରିମକୋର୍ଟ: ୩ ଦିନ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ।
୧୮-ମେ ୧୫ରୁ ୩୧ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ ଏନଟିଏ।
୧୯-କୋଲକାତାରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୧୦ ମୃତ, କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ମମତା।
୨୦-ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ।
୨୧-ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।
୨୨-ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ।
୨୩-ପାକିସ୍ତାନ -ଆଫଗାନିସ୍ତାନ ଯୁଦ୍ଧ ପରିସ୍ଥିତି, ପରସ୍ପର ଉପରେ ବିମାନ ଆକ୍ରମଣ,୮ ମୃତ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏