March 10, 2026
ajiro khabar
Share

 

୧-ଆଜିଠୁ ଦଶମ ବୋର୍ଡ ପରୀକ୍ଷା; ସାଢ଼େ ପାଞ୍ଚ ଲକ୍ଷ ପିଲା ଦେବେ ଛାତ୍ର ଜୀବନର ବଡ ଏଗ୍‌ଜାମ।୩,୦୮୨ କେନ୍ଦ୍ରରେ ହେବ ପରୀକ୍ଷା।

 

୨-ଭୁବନେଶ୍ୱର: ତିନି ମାସରେ ପୂରଣ ହେବ ୩୪,୬୪୧ ସରକାରୀ ପଦ। ଜୁନ୍ ସୁଦ୍ଧା ୬୫,୦୦୦ ନିଯୁକ୍ତି ଲକ୍ଷ୍ୟ।

 

୩-ଭୁବନେଶ୍ୱର:DSR ଦେଉ ନାହାନ୍ତି ଜିଲ୍ଲାପାଳ,ତାଗିଦା କଲେ ସରକାର।

 

୪-‘୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ’; ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ।

 

୫-ବିଧାନସଭାକୁ ଧାନ ମୁଣ୍ଡାଇ ଆସିଲେ ବିରୋଧୀ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା ହେଲା।

 

୬-ବ୍ରହ୍ମପୁର:ଝିଅ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ବାପା, ଦୁର୍ଘଟଣାରେ ଚାଲିଗଲା ଜୀବନ।

 

୭-କଟକ ସହରରେ ଚାଞ୍ଚଲ୍ୟ,ନୂଆପଡ଼ା ପ୍ରେସ କଲୋନୀରେ ଗୁଳିମାଡ଼ରେ ଯୁବକ ମୃତ।ମୃତକଙ୍କ ନାଁ ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ।

 

୮-ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା : ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ଚିକିତ୍ସା

 

୯-ନୂଆ ଦିଲ୍ଲୀ ଏଆଇ ସମ୍ମିଟ୍ ରେ ବିଲ୍‍ ଗେଟସଙ୍କୁ ସାକ୍ଷାତ କଲେ ଅଚ୍ୟୁତ ସାମନ୍ତ।କିସ୍‍ ଓ ଗେଟସ ଫାଉଣ୍ଡେସନ୍‍ କିଭଳି ଜେଣ୍ଡର ଇକ୍ୱାଲିଟି ଉପରେ ମିଳିତ ଭାବେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା।

 

୧୦-ରାଉରକେଲା:ବିଶ୍ୱ କପ୍ ପାଇଁ ଅନଲାଇନ୍ ବେଟିଂ, ନଗଦ ୨୦ ଲକ୍ଷ ଟଙ୍କା ଜବତ।

 

୧୧-ଚଣ୍ଡିଗଡ଼ ଷ୍ଟାଇଲ ଆପଣାଇବ ଓଡ଼ିଶା, ଏପ୍ରିଲରୁ କାମ ଆରମ୍ଭ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା।

 

୧୨-ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁର ନାରାୟଣ ଖେମୁଡଙ୍କ ଝିଅ ଲକ୍ଷ୍ମୀ ଖେମୁଡୁ।ହାର୍ ମାନି ନାହାନ୍ତି , ଆଜି ମାଟ୍ରିକ ପରୀକ୍ଷା ଦେବେ, ଉତ୍ତର ଗୋଡ଼ରେ ଲେଖିବେ।

 

୧୩-ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି।

 

୧୪-ସମ୍ବଲପୁର ବୁର୍ଲାରେ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା; ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ

 

୧୫-ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଲଘୁଚାପ; ପ୍ରଭାବରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା।

 

୧୬-ଗବେଷଣା ପାଇଁ ଚୀନରେ ସୁନାଠାରୁ ଅଧିକ ବେଗରେ ବଢୁଛି ମାଙ୍କଡ଼ଙ୍କ ମୂଲ୍ୟ, ଦାମ୍ ରହିଛି ୧୮.୩୭ ଲକ୍ଷ।

 

୧୭-ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ, ପ୍ରେସ୍ ନୋଟ୍ ଜାରି କଲେ ECI।୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।

 

୧୮-T20 World Cupରେ ବିଜୟର ଚୌକା ମାରିଲା ଭାରତ, ୧୭ ରନରେ ହାରିଲା ନେଦରଲାଣ୍ଡ।

 

୧୯-ସାରା ବିଶ୍ବରେ YouTube ସର୍ଭର ଡାଉନ୍ : ଭାରତ ସମେତ ଅନେକ ଦେଶରେ ପ୍ରଭାବ।