May 10, 2026

ଉମରକୋଟ ଉପଖଣ୍ଡ ଅଧିକାରୀ ଭାବେ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସବର…….

IMG-20250219-WA0040
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଭାବେ ଶୁଭେନ୍ଦୁ କୁମାର ସବର ଯୋଗ ଦେଇଛନ୍ତି ।ଏଥି ପୂର୍ବରୁ ସେ ବଲାଙ୍ଗୀର ଜିଲାରେ କାର୍ଯ୍ୟରତ ଥିଲେ। ଉପଖଣ୍ଡ ପୋଲିସ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଉମରକୋଟ ପ୍ରେସ କ୍ଲବ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରି ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ କରାଯାଇଛି। ଏଥି ପୂର୍ବରୁ ପ୍ରାୟ ଅଢେଇ ମାସ ହେବ ପାପଡାହାଣ୍ଡି ପୋଲିସ ଉପଖଣ୍ଡ ଅଧିକାରୀ ମିନାକ୍ଷୀ ଠାକୁର ଉମରକୋଟ ଦାୟିତ୍ୱରେ ଥିଲେ। ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଚୋରି କୁ କିପରି ରୋକା ଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନୂତନ ପୋଲିସ ଉପଖଣ୍ଡ ଅଧିକାରୀ। ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ପ୍ରେସ କ୍ଲବ ସଭାପତି ନଳିନୀ ରଞ୍ଜନ ମିଶ୍ର, ସମ୍ପାଦକ ମହେଶ୍ୱର ବେହେରା, ଉପସଭାପତି ସନ୍ତୋଷ ଶତପଥୀ, କୃଷ୍ଣ ପ୍ରସାଦ ପଟନାୟକ, ଅନୁରାଗ ପଟନାୟକ,ଯୁଗଳ ସାହୁ, ହିମାଂଶୁ ଜେନା, ଗିରି ମାଝୀ, କୁନା ସାହୁ, ସମୀର ପତି, ସନ୍ତୋଷ ପାତ୍ର, ନିରଞ୍ଜନ ଗଣ୍ଡ, କ୍ରିଷ୍ଣା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।