September 27, 2026

ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

IMG-20250219-WA0035
Share

 

 

ବେଲଗୁଣ୍ଠା, ୧୯/୦୨, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ପୋଲେଇ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟା ନମିତା ବିଷୋୟୀ, ନାଏକ୍ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ, ସିଆରସିସି ରଞ୍ଜିତା ପାତ୍ର, ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ଦଳ ବେହେରା,ପ୍ରଧାନ ଶିକ୍ଷକ ଜୟରାମ ଦଳ ବେହେରା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୋଜିତା ଗୌଡ଼, ପ୍ରାକ୍ତନ ସିଆରସିସି ବାଳକୃଷ୍ଣ ସାବତ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀ ଚରଣ ଗୌଡ଼ ଅନୁପସ୍ଥିତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ I ସବୁ କ୍ଷେତ୍ରରେ ପ୍ରଗତି ପାଇଁ ଶ୍ରେଷ୍ଠ ଛାତ୍ର ଭାବେ ଅଷ୍ଟମ ଶ୍ରେଣୀର ଛାତ୍ର ଅଂଶୁମାନ ସାହୁଙ୍କୁ ସରପଞ୍ଚ ଏଗାର ଶହ ଟଙ୍କାର ଚେକ୍ ପ୍ରଦାନ କରି ସରପଞ୍ଚ ଶ୍ରୀ ସ୍ୱାଇଁ ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଭାକର ବିଷୋୟୀ,ପ୍ରଭାତ କୁମାର ମିଶ୍ର, ଶିକ୍ଷୟିତ୍ରୀ ଯାଜ୍ଞସେନୀ ପ୍ରଧାନ,ଗୀତାଞ୍ଜଳି ଦାସ ପ୍ରମୁଖ ସହଯୋଗ କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ