November 23, 2024
Share

 

ତାରିଖ ୧୯/୦୨/୨୦୨୩ ରବିବାର ।

 

୧-ଆଜି ଦିନିକିଆ ଗ୍ରସ୍ତରେ ବରଗଡ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

 

୨-କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ରେଟିଂ ଦେଲା ମେଟା, ପୁଣି ବଢ଼ିଲା ଛଟେଇ ଆଶଙ୍କା ।

 

୩-ଫେବୃଆରୀ ୨୨ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ: କେଜରିୱାଲ୍‌ଙ୍କ ପ୍ରସ୍ତାବକୁ ଗ୍ରହଣ କଲେ ଉପରାଜ୍ୟପାଳ ।

 

୪-ଦ୍ଵିତୀୟ ଦିନରେ ଦଳର ସମ୍ମାନ ରଖିଲେ ଅକ୍ଷର ପଟେଲ୍, ଭାରତଠୁ ୬୨ ରନରେ ଆଗୁଆ ଅଷ୍ଟ୍ରେଲିଆ ।

 

୫-ମଧ୍ୟପ୍ରଦେଶର କୁନୋରେ ପହଁଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା: ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସିଲେ ।

୬-ICC W T20 WC 2023 :ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବୃଥା, ଭାରତର ପ୍ରଥମ ପରାଜୟ ।

 

୭-ପାକିସ୍ତାନରେ ଭାଙ୍ଗିଯାଇପାରେ ଶାହବାଜ ସରିଫଙ୍କ ସରକାର, ବିଦ୍ରୋହ ଆରମ୍ଭ କଲେଣି ନୱାଜ ସରିଫଙ୍କ ଝିଅ ।

 

୮-ଜିଏସଟି କ୍ଷତିପୂରଣ ବାବଦ ୧୭ ହଜାର କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯିବ : ସୀତାରମଣ ।

 

୯-ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ବିଧାନସଭାରେ ଖୋଲିବେ ନବ ଦାସଙ୍କ ହତ୍ୟା ଗୁମର ।

 

୧୦-ଜିଏସ୍‌ଟି ପରିଷଦ ବୈଠକ: ପେନସିଲ ସାର୍ପେନର, ଟ୍ରାକିଂ ଡିଭାଇସ, ପାଣିଆ ଗୁଡ଼ ଦାମ କମିବ ।

 

୧୧-ରୁଷ୍‌ ମାନବତା ବିରୋଧରେ ଅପରାଧ କରିଛି, ଔପଚାରିକ ଘୋଷଣା କଲା ଆମେରିକା ।

 

୧୨-ଇଲେକ୍ଟ୍ରିକ କାର କାରଖାନା ପାଇଁ ୯୨ କୋଟି ଡଲାର ନିବେଶ କରିବ ଓଲା ।

 

୧୩-ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ସବୁଠୁ ଅଧିକ: ସିଇଓ ।

 

୧୪-ବଦଳିଲା ଅଙ୍ଗନବାଡ଼ି କର୍ମୀ, ସହାୟିକା ନିଯୁକ୍ତି ମାନଦଣ୍ଡ: ଦ୍ବାଦଶ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ।

 

୧୫-ମମିତା ମେହେର ମୁତ୍ୟୁ ମାମଲା: ବଲାଙ୍ଗୀର ଏସ୍‌ପିଙ୍କଠାରୁ ଏଟିଆର୍‌ ତଲବ ।

 

୧୬-କଂଗ୍ରେସକୁ ନୀତୀଶଙ୍କ ଆହ୍ବାନ, ତୁରନ୍ତ ବିରୋଧୀ ମେଣ୍ଟରେ ସାମିଲ ହୁଅ ।

 

୧୭-ମହାଶିବରାତ୍ରୀ: ଲିଙ୍ଗରାଜ ମନ୍ଦିରରେ ବିଳମ୍ବରେ ଉଠିଲା u ‘ମହାଦୀପ’ ।

 

 

ସୁପ୍ରଭାତ ,ଶୁଭ ସକାଳ ।