March 10, 2026

ଆନ୍ଧ୍ରପ୍ରଦେଶ ପଂଜିକରଣ ଗାଡିରୁ ଧାନ କ୍ରୟ ବାରଣ ନେଇ ଡ୍ରାଇଭର ସଂଘ ବିଧାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ 

IMG-20260119-WA0044
Share

 

 

ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ଵଜ ଚୌଧୁରୀ)ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଚାଷୀ ମାନଂକଠାରୁ ଧାନ କିଣିବା ମାଣ୍ଡିରେ ଆରମ୍ଭ ହୋଇଛି।ଦୁଃଖର ବିଷୟ ଗୋଷାଣୀ ଓ କାଶୀନଗର ବ୍ଲକର ଚାଷୀ ମାନଂକଠାରୁ ଆନ୍ଧ୍ରପ୍ରଦେଶ ପଂଜିକରଣ ହୋଇଥିବା ଗାଡିରେ ଥିବା ଧାନକୁ କ୍ରୟ କରିବାକୁ ଗଜପତି ଜିଲ୍ଲା ପ୍ରଶାସନ ବାରଣ କରିଛି।ଏହି ଦିଗରେ ଡ୍ରାଇଭର ସଂଘ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଭେଟି ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ପ୍ରଥମତଃ ଏହି ଦୁଇଟି ବ୍ଲକରେ ତେଲୁଗୁ ସମ୍ପ୍ରଦାୟର ଚାଷୀ ବହୁତ ଅଛନ୍ତି।ସେମାନେ ଗତ ପୋଂଗାଲ ଅଥବା ମକର ସଂକ୍ରାନ୍ତି ପୂର୍ବରୁ ଧାନ ବିକ୍ରୟ କରି ସେମାନଙ୍କ ମୁଖ୍ଯ ପର୍ବ ପାଳନ କରିବାର ସୁଯୋଗ ପାଇପାରି ନାହାଁନ୍ତି। କେତେ ଚାଷୀ ଧାର ଉଦ୍ଧାର କରି ଅନ୍ତତଃ ଏହି ଧାନ ବିକ୍ରୟର ମୂଲ୍ଯ ଶୁଝିବା ପାଇଁ ମଧ୍ଯ ସୁଯୋଗ ପାଇପାରି ନାହାନ୍ତି।ତେଣୁ ଏଦିଗରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ବିଧାୟକଙ୍କୁ ଅନୁରୋଧ କରିଛନ୍ତି।