March 10, 2026

ନୀଳଗିରିରେ ବିଶାଳ ହିନ୍ଦୁ ସମ୍ମିଳନୀ ସହିତ ଧର୍ମ ଯଜ୍ଞ, ପ୍ରବଚନ ଓ ପ୍ରସାଦ ସେବନ ଅନୁଷ୍ଠିତ

IMG-20260119-WA0032
Share

ନୀଳଗିରି ( ଦେବାଶିଷ ଦାଶ )

ନୀଳଗିରି କେ.ସି.ହାଇସ୍କୁଲ ପଡିଆରେ ବିଶାଳ ହିନ୍ଦୁ ସମାବେଶ ସହିତ ଧର୍ମ ଯଜ୍ଞ, ପ୍ରବଚନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ୧ ଶହ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ହିନ୍ଦୁ ସମାବେଶ ଅନୁଷ୍ଠିତ ହେଉଥିବା ବେଳେ ନୀଳଗିରି ରେ ଆଜି ବରିଷ୍ଠ ଆଇନଜୀବୀ ତଥା ହିନ୍ଦୁ ସମାବେଶ ର ବ୍ୟବସ୍ଥା ପ୍ରମୁଖ କାର୍ତ୍ତିକ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ପୂର୍ବାହ୍ନ ୯ ଘଟିକା ସମୟ ରେ ଶଙ୍କରାଖୁଣ୍ଟା ପୋଖରୀ ଠାରୁ ମହିଳା ମାନେ ସୁସଜିତ କଳସ ଶୋଭାଯାତ୍ରା ରେ ସହର ପରିକ୍ରମା ପରେ ଯଜ୍ଞ ସ୍ଥଳ କେ ସି ହାଇସ୍କୁଲ ପଡିଆ ଠାରେ ପହଂଚି ଥିଲେ l ନୀଳଗିରି ବ୍ରାହ୍ମଣ ସମାଜ ପକ୍ଷରୁ ଯଜ୍ଞର ଆୟୋଜନ କରାଯାଇଥିଲା l ସାରୁପାଳ ସ୍ଥିତ ବେଦ ବିଦ୍ୟାଳୟର ପିଲାଙ୍କ ପକ୍ଷରୁ ବେଦ ପାଠ ଯଜ୍ଞ ସ୍ଥଳ କୁ ଅଧିକ ମନ୍ତ୍ର ମୁଗ୍ଧ କରିଥିଲା l ନୀଳଗିରି ର ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ ସ୍ଥଳ ରେ ବିଧାୟକ ସନ୍ତୋଷ ଖଟୁଆ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଭାରାପ୍ରାପ୍ତ ଏନଏସି ଅଧକ୍ଷ ମହେନ୍ଦ୍ର ନାଥ ବେହେରା, ରବୀନ୍ଦ୍ର ନାୟକ, ସୁରଞ୍ଜନ ମହାପାତ୍ର, ବ୍ରହ୍ମାନନ୍ଦ ଦାସ, ସମାଜସେବୀ ଅଦେଇତ୍ୟ ଖୁଣ୍ଟିଆ ଚନ୍ଦ୍ରଶେଖର ନନ୍ଦ, ସତ୍ୟନାରାୟଣ ମହାପାତ୍ର ରାମଚନ୍ଦ୍ର ଦାସ, ପ୍ରମୁଖ ଅନେକ ସାଧୁ ସନ୍ଥ ଯୋଗ ଦେଇଥିଲେ। ମଧ୍ୟାହ୍ନ ରେ ଧର୍ମ ସଭା ଏବଂ ପ୍ରବଚ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାଜସେଵୀ ମାୟାଧର ମହାନ୍ତି ଏଥିରେ ଅଧକ୍ଷତା କରିଥିଲେ l ମୁଖ୍ୟ ମଂଚାସୀନ ଅତିଥି ଭାବେ ଆର.ଏସ.ଏସ.ର ବିଭାଗ ପ୍ରମୁଖ ବିଷ୍ଣୁ ଚରଣ ନାୟକ, ରୁଦ୍ର ବେସାନନ୍ଦ ଗିରି, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ରଶ୍ମି ରଞ୍ଜନ ଦାସ, ପ୍ରମୁଖ ଯୋଗ ଦେଇ ହିନ୍ଦୁ ଜାଗିଲେ ଦେଶ ଜାଗିବ ବୋଲି କହିବା ସହିତ ହିନ୍ଦୁ ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ଅତିଥି ଓ ଜନସାଧାରଣ ପ୍ରସାଦ ସେବନ କରିଥିଲେ l କାର୍ଯ୍ୟକ୍ରମ ପ୍ରମୁଖ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ଚନ୍ଦ୍ର ଜେନା ସମ୍ମିଳନୀ ର ସଫଳତା ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଛନ୍ତି l