May 20, 2025

ଘରପୋଡିରେ ଜଳିଗଲା ତିରିଶି ବସ୍ତା ଧାନ ସହିତ ମୋଟର ସାଇକେଲ ସହ ଅନ୍ୟ ଆଶଭାବପାତ୍ର ଜଳିଗଲା…..

Share

କୁଜଙ୍ଗ

 

କଥାରେ ଅଛି ଘୋଡ଼ାଚଢା ଠାରୁ ସମ୍ପତ୍ତି ନାହିଁ, କି ଘର ପୋଡି ଠାରୁ ବିପତ୍ତି ନାହିଁ l ନିରାଟ ସତ୍ୟ ବିଷୟ ଯେ ଘରପୋଡି ର ବିକଳ ଦୃଶ୍ୟ ଯେ କେହି ଦେଖିଲେ ନିଶ୍ଚିତ ମର୍ମାହତ ହେଇଯିବ l ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ପଣ୍ଡୁଆ ପଂଚାୟତର କୋଷ୍ଠି ଗ୍ରାମରେ l ଏହି ଗ୍ରାମର ଲୀନାରାଣୀ ମଲ୍ଲିକ ଙ୍କର ଦୁଇବଖରା ଘର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର ସଠିକ ଘଟଣା ଜଣା ନଥିବା ବେଳେ, ଅତି ଦୟନୀୟ ଭାବରେ ଦୁଇଟୀ ବଖରା ଘର ସହିତ ତିରିଶ ବସ୍ତା ଧାନ, ମୋଟର ସାଇକଲ, ଫ୍ରିଜ, ଆଲମିରା, ଓ ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଲୀନାରାଣୀ ମଲ୍ଲିକ ଆମ ପ୍ରତିନିଧି ଙ୍କୁ କୋହ ଭରା କଣ୍ଠ ରେ କହିଛନ୍ତି । ଏଭଳି ଏକ ଘଟଣା ରେ ତୁରନ୍ତ ସରକାରୀ ସହାୟତା ନିମନ୍ତେ ଗ୍ରାମବାସୀ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।