ପୁରୀ ପେଣ୍ଠକଟା ନୁଆସାହି ତେଲୁଗୁ ସମ୍ପ୍ରଦାୟର ପୋଙ୍ଗଲ ପର୍ବ ଉଦଯାପିତ l

ପୁରୀ ଚକ୍ରତୀର୍ଥ ନୂଆସାହି ଅଭୟ ମହାବୀର କ୍ଲବ ଆନୁକୂଲ୍ୟରେ ତେଲୁଗୁ ସମ୍ପ୍ରଦାୟ ର ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ପାଳନ କରିଥିଲେ, ଏହି ଉତ୍ସବରେ ଚକ୍ରତୀର୍ଥ ନୂଆସାହି ର ଯୁବତୀ ମାନଙ୍କ ଦ୍ଵାରା ଝୋଟି, ରଙ୍ଗୋଲି ପିଲାମାନଙ୍କଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ୱାର୍ଡ ନଂ ୨୬ ର କାଉନସିଲର ମୀନାକ୍ଷୀ ପ୍ରସାଦ, ସମ୍ମାନୀୟ ଅତିଥି ରୂପେ ସାହିର ମୂରବୀ ଭି ଗୁରୁମୂର୍ତ୍ତି,ଅଙ୍କା ସନ୍ୟାସୀ, ଚକ୍ର ଚିତ୍ରସେନ୍, ଜି ବିଜୟ ରାଓ, ଜି ନାଗୁ ରାଓ, ଜି ନାରାୟଣ ବେହେରା ଓ ବି ରଜୁଲମା ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ପୁରୀ ଜିଲ୍ଲା ମତ୍ସ୍ୟ ଜିବୀ ୟୁନିଅନର ସଭାପତି ବାବୁଲା ପ୍ରସାଦ ପୌରହିତ୍ୟ ଓ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥମାନେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ତେଲୁଗୁ ଲୋକମାନଙ୍କର ପରମ୍ପରା, ସଂସ୍କୃତି ଓ ସମ୍ପ୍ରଦାୟର ମହାନତା ବୁଝାଇ କହିଥିଲେ । ଏହି ମକର ପୋଙ୍ଗଲ ରେ ଝିଅ, ଜୋଇଁ,ନାତି ଓ ନାତୁଣୀ ଘାରକୁ ଆସିଥାନ୍ତି । ସେମାନଙ୍କୁ ଖୁସି କରିବାପାଇଁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରାଯାଇଥାଏ । ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହି ତିନି ଦିନ ରେ ପ୍ରଥମ ଦିନ ବୋଗୀ ବା ଅଂଗ୍ନି ଜଳା ଏଥିରେ ପୁରୁଣା ଜିନିଷ ମନ୍ ଅଗ୍ନି ଦାହକରଜାଏ , ଦ୍ୱିତୀୟ ଦିନ ମକର ସଂକ୍ରାନ୍ତିରେ ଦେବା ଦେବୀ ପୂଜା କରିବା ସଙ୍ଗେ ନୂତନ ଅମଳରେ ଜାଉ, ପିଠା ଓ ବିଭିନ୍ନ ବ୍ୟଞ୍ଜନ କରି ପୂର୍ବ ପୁରୁଷ ମାନଙ୍କୁ ନୂତନ ବସ୍ତ୍ର ଅର୍ପଣ କରିଥାନ୍ତି । ତୃତୀୟ ଦିନ କାନୁମୁ ଅର୍ଥାତ ଖୁସିର ଦିନ ମଜା କରିବାର ଦିନ ଓ ମଞ୍ଚରେ ସଂସ୍କୃତ କାର୍ଯ୍ୟକ୍ରମ କରାଯାଇଥାଏ । ଶେଷରେ ଗଣେଶ ମାଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାହି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ