March 10, 2026

ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଉଳି ରେ “ନୂଆ ଓ ଓଡ଼ିଆ” ସାହିତ୍ୟ ପ୍ରତିଯୋଗିତା…

ujgfj
Share

 

ବୋଲଗଡ଼,:ବୋଲଗଡ଼ ବ୍ଳକ ଅଞ୍ଚଳ ର ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଉଳି ପ୍ରାଙ୍ଗଣରେ ଓଡିଶା ସରକାର ଙ୍କର ପ୍ରାୟୋଜିତ କାର୍ଯ୍ୟ କ୍ରମ “ନୂଆ ଓ ଓଡ଼ିଆ”ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ତପନ କୁମାର ଜେନା ଉଦଘାଟନ କରିଥିଲେ। ସଭାର ପ୍ରାରମ୍ଭରେ କେଦାରନାଥ ନାୟକ ସାରସ୍ବତ ଭାଷଣ ଦେଇଥିଲାବେଳେ ଅଧ୍ୟାପକ ତ୍ରିଲୋଚନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ ର ନୋଡାଲ ଅଫିସର ଅଧ୍ୟାପକ ଉମାକାନ୍ତ ଓଝା କାର୍ଯ୍ୟ କ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବାକୁ ଯାଇ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ଗୀତ, ଓଡ଼ିଆ ଭଜନ ଗାନ, ଓଡ଼ିଆ ବ୍ୟାକରଣ, ଓଡ଼ିଆ ହସ୍ତାକ୍ଷର, ଓ ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଆଗ୍ରହ ର ସହିତ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଭଗବାନ ଜେନା, ରାମଚନ୍ଦ୍ର ଜେନା,ଅମୀୟ ବାଳା ନନ୍ଦ,ପଦ୍ମାଳୟା ମହାରଣା ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ରେ ବିଷ୍ଣୁ ପ୍ରିୟା ସାହୁ, ଓଡ଼ିଆ ବ୍ୟାକରଣ ରେ ସ୍ନେହାସମୀରା ରାୟ ଚୌଧୀର, ଓଡ଼ିଆ ଗୀତ ପ୍ରତିଯୋଗିତା ରେ ସଂଯୁକ୍ତା ସାହୁ, ଓଡ଼ିଆ ଭଜନ ପ୍ରତିଯୋଗିତା ରେ ସୌମ୍ୟାଶ୍ରୀ ମହାପାତ୍ର, ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ରେ ସ୍ନେହାସମୀରା ରାୟ ଚୌଧୁରି ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)