April 24, 2026

ଜଗଦଲପୁର ପାଣିପଞ୍ଚାୟତରେ ନିର୍ବାଚନ

IMG-20230118-WA0010
Share

 

କୁକୁଡାଖଣ୍ଡି ବ୍ଲକ ରୁଷିକୂଲ୍ୟା କେନାଲ ୧୦ନଂ ଜୋନ ଜଗଦଳପୁର ପାଣିପଞ୍ଚାୟତ ଶାଖାର ନିର୍ବାଚନ ମଙ୍ଗଳାବର ଦିନ ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଟ ଯନ୍ତ୍ରୀ ରାମକୃଷ୍ଣ ସାହୁଙ୍କ ତତ୍ୱାବଧାନ ରେ ପାଣି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସ୍ଵେଛ ନେତା ମାନଙ୍କ ସମର୍ଥନ ରେ ୧୦ନଂ ପାଣି ପଞ୍ଚାୟତ ର ସଭାପତି, ସମ୍ପାଦକ, କୋଷାଦକ୍ଷ ଚୟନ ହୋଇଥିଲା l ସଭାପତି ଭାବେ ବିଶ୍ୱନାଥ ପାତ୍ର, ସମ୍ପାଦକ ଭାବେ ସମାଜସେବୀ କେ. ତ୍ରିପତି ଦାସ, କୋଷାଧକ୍ଷ ଭାବେ ମୋହିନୀ ପାତ୍ର ନିର୍ବାଚିତ ହୋଇଛନ୍ତି l ସେହିପରି ରୁଷିକୂଲ୍ୟା ଶାଖାର ଜୁଗୁଡ଼ି ଓ ମୋନହରାରେ ମଧ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ଜଗଦଳପୁର ସମିତି ସଭ୍ୟ ବି ରବୀନ୍ଦ୍ର ନାଥ ପାତ୍ର,ମସିହାଖାଲି ପୂର୍ବତନ ସମିତି ସଭ୍ୟ ନରସିଂହ ସାହୁ, କେ.ଗଣେଷ, ଆଦିନାରାୟଣ ପାତ୍ର, ବି. ତ୍ରିଲୋଚନ ପାତ୍ର, ମୁରଲୀ ସେଠି, ch.ରାମାୟା ପାତ୍ର ପ୍ରମୁଖ ଯୋଗଦେଇଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ