March 11, 2026

ବ୍ରହ୍ମପୁରରେ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାମରେ ପ୍ଲାନେଟାରିୟମ୍‌‍ ଓ ପ୍ରତିମୂର୍ତ୍ତି ସ୍ଥାପନ ଦାବି

IMG-20251218-WA0042
Share

 

 

ବ୍ରହ୍ମ୍ମପୁର, 18/12 : ଜେ୍ୟାତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ 117ତମ ଜୟନ୍ତୀ ଅଯୋଧ୍ୟା ନଗର ପ୍ରଥମ ଲାଇନ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ପଣ୍ଡିତ ବାଇକୋଳି ଜେ୍ୟାତିଷ ବିଶାରଦ ସ୍ମୃତି ପରିଷଦ ସଭାପତି ପ୍ରିତି ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜେ୍ୟାତିଷ ଶାସ୍ତ୍ରରେ ପଣ୍ଡିତ ମହାପାତ୍ରଙ୍କ ଭୂମିକାକୁ ମନେ ପକାଇଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ପ୍ରଫେସର ବିଷ୍ଣୁ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ସାମ୍ୱାଦିକ ରବି ରଥ, ଶିକ୍ଷାବିତ୍‌‍ ରାଜେନ୍ଦ୍ର ପଣ୍ଡା, ଡ. ଡମ୍ୱରୁଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କିଛି ଅବସରରେ ବ୍ରହ୍ମପୁର ସହରରେ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାମରେ ପ୍ଲାନେଟାରିୟମ ଓ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସମ୍ମାନିତ ଅତିଥିମାନେ ମତ ରଖିଥିଲେ। ପରିଚାଳନାରେ ସତ୍ୟ କମଳ ପାଣିଗ୍ରାହୀ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ନାରାୟଣ ମହାପାତ୍ର, ଏଲ ଏନ୍‌‍ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ଏହି ସଭାରେ ବିଶ୍ଵବିଦ୍ୟାଳୟ ପାଠ୍ୟକ୍ରମରେ ଜେ୍ୟାତିଷ ବିଦ୍ୟାକୁ ସ୍ଥାନିତ କରିବା, ପଣ୍ଡିତଙ୍କ ନାମରେ ପଦାର୍ଥ ବିଜ୍ଞାନରେ ଏକ ଚେୟାର ସ୍ଥାପନ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯାଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।