April 26, 2026

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢାଇଛି ଜେ.ପି. ଏଜୁକେସନାଲ ଟ୍ରଷ୍ଟ

ygugu
Share

ନବରଙ୍ଗପୁର ଜିଲ୍ଲାର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣରେ ଆର୍ଥିକ ସହାୟତା ଯୋଗାଇବାକୁ ଆଗେଇ ଆସିଛି ଜେ.ପି.ଏଜୁକେସନାଲ ଟ୍ରଷ୍ଟ । ଆର୍ଥିକ ଅନଟନ ଯୋଗୁଁ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଡ୍ରପ୍ ଆଉଟ ସଂଖ୍ୟାକୁ କିଛିଟା କମାଇବା ତଥା ଏ ଅଂଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଭ କରାଇ ଦେଶ ଗଠନରେ ସହାୟକ ହେବା ଉଦ୍ୟେଶ୍ୟରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଜେ.ପି.ଏଜୁକେସନାଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜ ସେବୀ ଜୟଦେବ ପରିଡା ।
ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ସ୍ଥିତ ଏସଏଲଏନ ପବ୍ଲିକ୍ ସ୍କୁଲ ପ୍ରାଙ୍ଗଣରେ ଆଜି ଜେ.ପି.ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଅଂଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରୀକ୍ଷାରେ ଜିଲ୍ଲାର ମୋଟ 94ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣରେ ଜେ.ପି.ଏଜୁକେସନାଲ ଟ୍ରଷ୍ଟ ଆର୍ଥିକ ସହାୟତା କରିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ବେଳେ ଆବଶ୍ୟକ ଆର୍ଥିକ ସହାୟତା ଜେ.ପି.ଏଜୁକେସନାଲ ଟ୍ରଷ୍ଟ ଯୋଗାଇବ ବୋଲି କହିବା ସହ ପ୍ରତି ବର୍ଷ ପ୍ରବେଶିକା ପରିକ୍ଷାରେ ଉତ୍ତୀର୍ଣ୍ଣ ପ୍ରଥମ 6 ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ଏଭଳି ସହାୟତା ଯୋଗାଇବ ବୋଲି ସମାଜ ସେବୀ ଜୟଦେବ ପରିଡା ପ୍ରକାଶ କରିଛନ୍ତି ।

 

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)