ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ
ଆଜି ଅତାବିରା ବଜାର ପ୍ରାଙ୍ଗଣ ଠାରେ ଜୟ କିସାନ ଆନ୍ଦୋଳନ ର ବ୍ଳକ ସ୍ତରୀୟ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ଭଞ୍ଜନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଖରିଫ ରୁତୁ ର ଧାନ ବିକ୍ରି ବ୍ଯବସ୍ଥା କିପରି ହେବ ତାହାକୁ ନେଇ ଚାଷୀମାନେ ଆଶଙ୍କା ରେ ଥିବାବେଳେ ସରକାର ସେ ବିଷୟରେ କୌଣସି ସ୍ପଷ୍ଟି ଚିତ୍ର ଦେଉ ନାହାନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ର ଚାରି ହଜାର ରୁ ଅଧିକ ଚାଷୀମାନଙ୍କ ପଞ୍ଜିକରଣ ନ ହେବା ଏବଂ ୨୮ ନଭେମ୍ବର ରେ ଧାନ ମଣ୍ଡି ଖୋଲିବା ନିଷ୍ପତ୍ତି କୁ ସମ୍ମିଳନୀ ରେ ନିନ୍ଦା କରାଯାଇଥିଲା। ଅତାବିରା ନିୟନ୍ତ୍ରିତ ବଜାର କମିଟି ତରଫରୁ ଯାରି ପ୍ରଚାର ପତ୍ର କୁ କରାଯାଇଥିଲା । ବର୍ତ୍ତମାନ ସରକାର ବଦଳିଛି ହେଲେ ଚାଷୀମାନଙ୍କ ସମସ୍ୟା ଆଦୌଁ ବଦଳି ନାହିଁ ବୋଲି ଚାଷୀମାନେ ମତପୋଷଣ କରିଥିଲେ। ଆଗ ସରକାର ସମୟରେ ଯେପରି ଚାଷୀ କଟଣି ଛଟଣି ଓ ଦଲାଲ ମାନଙ୍କ ଦୌରାତ୍ମ୍ୟ ର ଶୀକାର ହେଉଥିଲା ବର୍ତ୍ତମାନ ସରକାର ସମୟରେ ତାହା ବନ୍ଦ ହେବା ବଦଳରେ ଆହୁରି ଅଧିକ ମାତ୍ରାରେ ବୃଦ୍ଧି ପାଇଛି। କିନ୍ତୁ ଚଳିତ ଖରିଫ ଋତୁରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସମ୍ମିଳନୀ ରେ ମତପ୍ରକାଶ ପାଇଥିଲା। ନୀତି, ଆଦର୍ଶ ଓ ନୈତିକତା କୁ ଆଧାର କରି ଲଢେଇ କରିବା ବୋଲି ବକ୍ତା ମାନେ ମତବ୍ଯକ୍ତ କରିଥିଲେ।
ଏହି ସମ୍ମିଳନୀରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିସାନ ଆନ୍ଦୋଳନ ର ସାଧାରଣ ସଂପାଦକ ହର ବଣିଆଁ,ମହେଶ୍ବର ପ୍ରଧାନ, ଚଞ୍ଚଳ ପ୍ରଧାନ, ଅରୁଣ ପ୍ରଧାନ, ଜିତୁ ବେହେରା ମଞ୍ଚାସୀନ ଥିବା ବେଳେ ଆର୍ତ୍ତତ୍ରାଣ,କୁନା ବେହେରା, ମହାପାତ୍ର ,ବିରଞ୍ଚି ମହାକୁଡ , ପଲଉ ମାଝୀ ନିଜ ନିଜ ମତ ରଖିଥିଲେ।(ସୁରେନ୍ଦ୍ର କଠାର ,ବରଗଡ)
