ଅତାବିରା ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଅନୁଷ୍ଠିତ

ରିପୋର୍ଟ ବରଗଡରୁ ସୁରେନ୍ଦ୍ର କଠାର
ଅଦ୍ୟ ତା ୧୮-୧୧-୨୦୨୫ ରିଖ ଅତାବିରା ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରା ଠାରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ କୁମାର ପଟ୍ଟନାୟକ, ଜିଲ୍ଲା ପଞ୍ଚସଖା ଶିକ୍ଷା ର ସଂଯୋଜକ ପ୍ରିୟବ୍ରତ ସାହୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା କାର୍ତ୍ତିକ ବାଗ, ରାଜ୍ୟ ସ୍ତରୀୟ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅମ୍ଳାନ କୁମାର ପାଣ୍ଡିଆ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କର ମଞ୍ଚାସିନ ଥିଲେ । ଏହି ଅବସରରେ ଗରିଆଟିକ୍ରା ଗ୍ରାମବାସୀ ବିଦ୍ୟାଳୟର ପଞ୍ଚ ଶିକ୍ଷା ସେତୁ କୁ ଏକ ଲକ୍ଷ ଟଙ୍କା ଦାନ କରିଥିଲେ । ଏହି ପ୍ରଦର୍ଶନୀ ରେ ମୋଟ ୧୩୭ ଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା । ବିଜ୍ଞାନ ,ଗଣିତ ,ପ୍ରଯୁକ୍ତି ବିଦ୍ୟା ଓ ଯାନ୍ତ୍ରିକ ଅଭିକଳ୍ପ ପ୍ରସଙ୍ଗ କୁ ନେଇ ସାତୋଟି ଉପପ୍ରସଂଗରେ ପ୍ରଦର୍ଶନୀ
ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସାଂସଦ ବରଗଡ଼ ଶ୍ରୀଯୁକ୍ତ ପ୍ରଦୀପ୍ତ ପୁରୋହିତ ଯୋଗଦାନ କରି ବୈଜ୍ଞାନିକ ଥୋମାସ ଏଡିସନ୍ ଙ୍କ ଜୀବନୀ ମାଧ୍ୟମରେ ପିଲା ମାନଙ୍କ ବ୍ୟକ୍ତିତ୍ଵ ଗଢିବାରେ ପିତା ମାତା ଙ୍କର ଭୂମିକା କିପରି ହେବା ଉଚିତ୍ ପରାମର୍ଶ ଦେଇଥିଲେ । ସ୍ଵତନ୍ତ୍ର ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ସରୋଜ କୁମାର ଭୁଏ ଏବଂ ବିନୟ କୁମାର ସଏ ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି କୁଶ କୁମ୍ଭାର , ସ୍ଥାନୀୟ ବିଦ୍ୟାଳୟର ଚେୟାରମେନ ଚିତ୍ତରଞ୍ଜନ ପଧାନ , ଏବଂ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପତ୍ରାପାଲି ପ୍ରଧାନ ଶିକ୍ଷକ ଟୁନା କର୍ଣ୍ଣ ମଞ୍ଚାସିନ ଥିଲେ । ବିଜ୍ଞାନ କୁଇଜ୍ ରେ ସର୍ବକନିଷ୍ଠ ,କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ଯଥାକ୍ରମେ ଅସ୍ମିତା ସାହୁ, ରିତେଶ୍ଵରି ଦୀପ, ଅଦ୍ୟାଶା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ରେ ସର୍ବକନିଷ୍ଠ ଏବଂ ସାତୋଟି ଉପ ପ୍ରସଙ୍ଗ ରେ ହୋଇଥିବା ପ୍ରତିଯୋଗିତାରେ ରିୟାଂଶୁ ସାହୁ, ଯଶ୍ମିନ୍ ଭୋଇ,ପୁରୁଷୋତ୍ତମ ପଣ୍ଡା,ଅଙ୍କିତା ଛନ୍ଦ,ପ୍ରତ୍ୟୁଷ ପ୍ରଧାନ, ଅନନ୍ୟା ଛନ୍ଦ,ଦିବ୍ୟଶ୍ରୀ ଭୋଇ, ଲୋକନାଥ ସାହୁ ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ ଙ୍କ ସ୍ଵହସ୍ତରେ ସମସ୍ତ ଅତିଥି ଙ୍କ ଉପସ୍ଥିତିରେ ପୁରସ୍କୃତ ହୋଇଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟର ସମସ୍ତ ସି.ଆର୍.ସି.ସି, ଶିକ୍ଷକ ଶିକ୍ଷୟିତ୍ରୀ, ଗରିଆଟିକ୍ରା ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା,ଗ୍ରାମବାସୀ ତଥା ଯୁବଗୋଷ୍ଠୀ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ସି.ଆର୍.ସି.ସି ରଶ୍ମିରାଣୀ ନନ୍ଦ,କେଶବ ଛନ୍ଦ ,ରଞ୍ଜନ ବାଗ ଶିକ୍ଷକ ମନୋରଞ୍ଜନ ମିଶ୍ର,ଧର୍ମେନ୍ଦ୍ର ପତି ।
