ସ୍ପୋର୍ଟ୍ସ ଦୋକାନରେ ଅଗ୍ନିକାଣ୍ଡ।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହର ଅନ୍ତର୍ଗତ ନୂଆପଡା ସ୍ଥିତ ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ଥିବା ଅଶୋକ ସ୍ପୋର୍ଟ୍ସ ନାମକ ସ୍ପୋର୍ଟ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଜିନିଷ ସମ୍ପୂର୍ଣ ରୂପେ ପୋଡ଼ିଯାଇଛି।
ସୂଚନା ନେବାରେ ଜଣାପଡ଼ିଛି ଯେ’, ଭବାନୀପାଟଣା, ନୂଆପଡା ନିବାସୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଅଶୋକ ସ୍ପୋର୍ଟ୍ସ ନାମରେ ଏକ ସ୍ପୋର୍ଟ୍ସ ଦୋକାନ ଖୋଲିଥିଲେ। ଶ୍ରୀ ଯୁଗଳ କିଶୋର ସବୁ ଦିନ ଭଳି ଆଜି ମଧ୍ୟ ଖରାବେଳ ପ୍ରାୟ ୨ ଟା ସମୟରେ ଦୋକାନ ବନ୍ଦ କରି ନିଜ ଘରକୁ ଖାଇବାକୁ ଯାଇଥିଲେ। କିନ୍ତୁ ସଂଧ୍ୟା ପ୍ରାୟ ୪ ଟା ସମୟରେ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ଦେଖିଲେ ଯେ’ ଦୋକାନର ସଟର ବନ୍ଦ ଥାଇ ସଟର ତଳୁ ପ୍ରବଳ ଧୂଆଁ ବାହାରୁଛି। ଏନେଇ ଦୋକାନ ମାଲିକଙ୍କୁ ଖବର ଦିଆଯିବାରୁ ଦୋକାନ ମାଲିକ ସଙ୍ଗେ ସଙ୍ଗେ ଦୋକାନକୁ ଆସି ସଟର ଖୋଲି ଦିଖିଲେ ଯେ’, ଦୋକାନ ମଧ୍ୟରେ ସମ୍ପୂର୍ଣ ରୂପେ ନିଆଁ ଲାଗିଯାଇଛି।ତେଣୁ ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଓ ପୋଲିସ କୁ ଖବର ଦିଆଯାଇଥିଲା। ଏହାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଦୋକାନ ମଧ୍ୟରେ ପଶି ଦେଖିଲା ବେଳକୁ ସମସ୍ତ ଜିନିଷ ପୋଡି ସମ୍ପୂର୍ଣ ରୂପେ ନଷ୍ଟ ହୋଇଯାଇଛି। ପ୍ରାଥମିକ ସୂତ୍ରରୁ ଜଣାପଡିଛି ଯେ’, ସଟସାର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଯାଇଥିଲା। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
