ବୋଲଗଡ଼ ବ୍ଲକ ଭାରତ ସ୍କାଉଟ୍ସ ଗାଇଡ଼ସର ପ୍ରସ୍ତୁତି ବୈଠକ..
ବୋଲଗଡ,୧୮/୧୧ (ଉପାନ୍ତ ଖବର) :ବୋଲଗଡ଼ ବ୍ଲକ ଭାରତ ସ୍କାଉଟ୍ସ ଗାଇଡ଼ସର ପ୍ରସ୍ତୁତି ବୈଠକ ବାମନ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।
କମିଟିର ଉପସଭାପତି ଯାଜ୍ଞସେନୀ ସାହୁ ଏବଂ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ମିଳିତ ତତ୍ୱାବଧାନରେ
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉଦଘାଟନୀ ବୈଠକରେ ବ୍ଲକ କମିଶନର ଗୋକୁଳ ଚନ୍ଦ୍ର ବଳବନ୍ତରାୟ ପୌରୋହିତ୍ୟ କରିଥିଲେ ।
ମୁଖ୍ୟ ଅତିଥି ରୂପେ ଯୋଗଦେଇ
ଖୋର୍ଦ୍ଧା ଜିଲ୍ଲାର ପ୍ରାକ୍ତନ ସ୍କାଉଟ କମିଶନର ପୀତାବାସ ପଟ୍ଟନାୟକ
ହୁଇସିଲର ବ୍ୟବହାର, ସାଲ୍ୟୁଟ କରିବା ପଦ୍ଧତି, ବେଜ ଓ ଟୋପି
ପରିଧାନ ସମ୍ପର୍କରେ ପ୍ରଶିକ୍ଷଣ
ପ୍ରଦାନ କରିଥିଲେ। ସ୍କାଉଟ୍ସ ଓ
ଗାଈଡ଼ସ ମାନଙ୍କୁ ସହସମ୍ପାଦକ
ମିହିର ଭୋଇ ଓ ସୀତା ସୋରେନ
ଓଗଲ ବାନ୍ଧିବା ଶିଖାଇଥିଲେ ।
ମୁଖ୍ୟ ଅତିଥି ସମସ୍ତ ଇଭେଣ୍ଟ ବିଷୟରେ ଶିକ୍ଷା ଦେବାପରେ ଜିଲ୍ଲା
କ୍ୟାମ୍ପୋରୀ ପାଇଁ ଉପସ୍ଥିତ ପ୍ରଧାନ
ଶିକ୍ଷକ, ସ୍କାଉଟ ମାଷ୍ଟର ଓ ଗାଇଡ
କ୍ୟାପଟେନମାନେ ସ୍କାଉଟ୍ସ ଓ ଗାଈଡ଼ସମାନଙ୍କ ପ୍ରଦର୍ଶନ ଦେଖି ସେମାନଙ୍କୁ ଚୟନ କରିଥିଲେ ।
ଅମୟ ମଙ୍ଗରାଜ ଓ ଶେଷି ପଟାଙ୍ଗି
ମାର୍ଚ୍ଚ ପାଷ୍ଟ, ପ୍ରୀତି ପ୍ରତୀକ୍ଷା ସାହୁ କଲର ପାର୍ଟି, ଦୀପ୍ତି ରଞ୍ଜନ ଦାସ ଓ
ନମିତା ସାହୁ ସ୍କିଲୋରାମ, ମାନସ କୁମାର ବେହେରେ ଏକଜିବିଶନ, କ୍ଷେତ୍ର ମୋହନ ରଣା ଓ ଭଗବତ
ପ୍ରସାଦ ପାଣ୍ଡେ ପିଜାଣ୍ଟ ସୋ, ଅଶୋକ କୁମାର ଦାସ ଫୁଡ ପ୍ଳାଜା,
ଶାନ୍ତନୁ ଶ୍ରୀଚନ୍ଦନ ଫିଜିକାଲ ଡିସପ୍ଲେ, ଶ୍ରଦ୍ଧାଞ୍ଜଳି ପାଲଟାସିଂହ
ବକ୍ତୃତା, ଅଶ୍ବିନୀ ନାଗ ଓ ପଦ୍ମ ଚରଣ ବିଶୋଇ ରଙ୍ଗୋଲି ଜୟକୃଷ୍ଣ ଶୁକ୍ଳ ଓ ଶ୍ରୀଧର ସାହୁ କୁଇଜ, ସନ୍ତୋଷ କୁମାର ସାହୁ ଓ ଯୋଚିନ୍ଦ୍ର
ଦାସ ବ୍ୟାଣ୍ଡ ଡିସପ୍ଲେ, ଦେବେନ୍ଦ୍ର ଗିରି
ଓ କାଇରା ନାୟକ ଦଳୀୟ ନୃତ୍ୟ,ପ୍ରୀତି ପ୍ରତୀକ୍ଷା ସାହୁ ଫିଜିକାଲ ଡିସପ୍ଲେ ଏବଂ ସୌଦାମିନୀ ବେହେରା ସଂଗୀତ ପାଇଁ ସ୍କାଉଟ୍ସ ଓ ଗାଈଡ଼ସମାନଙ୍କୁ
ଚୟନ କରିଥିଲେ ।
ବାମନ ଉଚ୍ଚ ଵିଦ୍ୟାଳୟର ଭାରପ୍ରାପ୍ତ
ପ୍ରଧାନ ଶିକ୍ଷକ ପୀତାବାସ ଲେଙ୍କା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ । ଉପସଭାପତି ସୁଶ୍ରୀ ସାହୁ ଉଦଯାପନୀ ସଭାରେ ପୌରୋହିତ୍ୟ କରିଥିଲେ ।
ଜିଲ୍ଲା ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ ହୋଇଥିବା ପିଲାମାନଙ୍କୁ ନିଜ ବିଦ୍ୟାଳୟରେ
ଅଭ୍ୟାସ କରାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ପାଦକ ଶ୍ରୀ ସ୍ୱାଇଁ ନିବେଦନ କରିଥିଲେ ।
ପରିଶେଷରେ ସହସମ୍ପାଦକ ମିହିର
ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ
କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।