November 18, 2024

ପାଟପୁର ଥାନା ରେ ନୂତନ ଥାନା ଅଧିକାରୀ ହେଲେ ସବ୍ୟସାଚ୍ଚି ମଲ୍ଲ: ଆମ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ।

Share

        ପାଟପୁର ଥାନା ରେ ନୂତନ ଥାନା ଅଧିକାରୀ ହେଲେ ସବ୍ୟସାଚ୍ଚି ମଲ୍ଲ: ଆମ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ ତିନୋଟି ଥାନା ଚୟନ କରାଯାଇଥିବା ବେଳେ ପାଟପୁର ଥାନା ଦେଶରେ ପ୍ରଥମ ସ୍ଥାନ ପାଇଛି । ଏହି ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ । ସେପ୍ଟେମ୍ବର ୨୮ ରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍ ଗଞ୍ଜାମ ଜିଲ୍ଲାର ପାଟପୁର ଏବଂ ଧରାକୋଟ ଥାନା ପରିଦର୍ଶନ କରି ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ସଂଗ୍ରହ କରି ଫେରିଥିଲା। ପୂର୍ବରୁ ଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ, ରମେଶ ପ୍ରଧାନ, ସବ୍ୟସଚ୍ଚି ମଲ୍ଲ, ଅଜୟ ସ୍ୱାଇଁ ଙ୍କ କର୍ତ୍ତବ୍ୟନିଷ୍ଠା, ସ୍ୱଚ୍ଛତା, ସେବା ମନୋଭାବ, ନିର୍ଦ୍ଧାରିତ ସମୟରେ କୋର୍ଟରେ ବିଭିନ୍ନ ମାମଲାର ଚାର୍ଜସିଟ ଦାଖଲ, ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର, ଆଇନଶୃଙ୍ଖଳା ରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପୋଲିସର ସହଭାଗିତା ସମ୍ପର୍କରେ ଅନୁଧ୍ୟାନ କରି ଟିମ୍ ଫେରିଥିଲା। ଦେଶରେ ସମସ୍ତ ଥାନାର ସମୀକ୍ଷା କରିିବା ପରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍ ପାଟପୁର ଥାନାକୁ ଶ୍ରେଷ୍ଠ ଥାନାର ମାନ୍ୟତା ଦେଇଛନ୍ତି ବୋଲି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୂର୍ବର ଥାନା ଅଧିକାରୀଙ୍କ କର୍ତ୍ତବ୍ୟନିଷ୍ଠା, ସ୍ୱଚ୍ଛତା, ସେବା ମନୋଭାବ ପାଇଁ ପୂର୍ବରୁ ଅଜୟ କୁମାର ବାରିକ ଆଉ ଏବେ ସବ୍ୟସାଚ୍ଚି ମଲ୍ଲଙ୍କୁ ଦୁଇ ଦୁଇ ଥର ପାଟପୁର ଥାନା ଅଧିକାରୀ ହୋଇଛନ୍ତି। ଶନିବାର ଦିନ ସବ୍ୟସାଚ୍ଚି ମଲ୍ଲଙ୍କ ପାଟପୁର ଥାନା ଦାୟିତ୍ୱ ଗ୍ରହଣ ଖବର ଶୁଣି ଡକାୟତ, ବାଲି ମାଫିଆ, ଗଞ୍ଜେଇ ମାଫିଆ, ଚୋରା ବେପାରୀ, ଦଲାଲ, ଗୁଣ୍ଡାଗିରିଙ୍କ ନିଦ ହଜିଯାଇଥିବା ବେଳେ ଏଣିକି ପୁଣି ସାଧାରଣ ଲୋକେ ନିର୍ଭୟରେ ଶାନ୍ତିରେ ନିଶ୍ୱାସ ନେଇ ପାରିବେ ବୋଲି ସାନଖେମୁଣ୍ଡି ଅଞ୍ଚଳବାସୀ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର