August 26, 2026

ଶିଶୁ ମହୋତ୍ସବ ସୁରଭି ଓ ମିଲେଟ ପ୍ରତିଯୋଗିତା -୨୦୨୩ଅନୁଷ୍ଠିତ ପ୍ରତିଭା ଆଗକୁ ବଢ଼ିଲେ ଦେଶ ଆଗକୁ ବଢିଵ

IMG-20231018-WA0043
Share

ଶିଶୁ ମହୋତ୍ସବ ସୁରଭି ଓ ମିଲେଟ ପ୍ରତିଯୋଗିତା -୨୦୨୩ଅନୁଷ୍ଠିତ

ପ୍ରତିଭା ଆଗକୁ ବଢ଼ିଲେ ଦେଶ ଆଗକୁ ବଢିଵ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଓ ଓଡ଼ିଶା ମିଲେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଅଧ୍ୟକ୍ଷ ସେଲୋଭେଷ୍ଟର ସୋରେଙ୍ଗ, ସମ୍ମାନିତ ଅତିଥି ଭାବେ ରାମନାଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୈରୀ ପ୍ରସାଦ ପଣ୍ଡା,କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ପ୍ରାଣୀଗ୍ରାହୀ,ଏବିଇଓ ଦାମୋଦର ହିମିରିକା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରତିଭା ଆଗକୁ ବଢ଼ିଲେ ଦେଶ ଆଗକୁ ବଢିବ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସୁରଭି କାର୍ଯ୍ୟକ୍ରମ ବେଶ୍ ସହାୟକ ହୋଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।।
ପୂର୍ବରୁ ବିଭିନ୍ନ କ୍ଲଷ୍ଟର ସ୍ତରରେ ଅନୁଷ୍ଠିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଆଜିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ସୁରଭି କାର୍ଯ୍ୟକ୍ରମରେ ଓଡିଶା ମିଲେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେଏହି ପ୍ରତିଯୋଗିତାରେ
ପ୍ରବନ୍ଧ, ଚିତ୍ରାଙ୍କନ, ହସ୍ତାକ୍ଷର, ବକୃତା, ନୃତ୍ୟଆଦି ପ୍ରତିଯୋଗିତା ରେ ଯେଉଁ କ୍ଲଷ୍ଟର ସ୍ତରରେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ବ୍ଲକସ୍ତର ପ୍ରତିଯୋଗିତାରେ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୪ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଣାପଡିଛି। ବ୍ଲକସ୍ତରୀୟ କୃତି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ହାସଲ କରିଛନ୍ତି।ବ୍ଲକ ଅଧିନରେ ୧୧କ୍ଲଷ୍ଟର ୧୧ଜଣ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଆଶୁତୋଷ ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସିଆରସିସି ଅଶ୍ବିନୀ ତ୍ରିପାଠୀ, ଶିକ୍ଷକ ଶିଶିର ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସିଆରସିସିମାନେ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ।

ରିପୋର୍ଟ ରାକେଶ କୁମାର ବେହେରା