June 29, 2024

ଯୋଗଦେଲେ ବୋଲଗଡ଼ ଥାନାରେ ନୁତନ ଅଧିକାରିଣୀ ।

Share

ଯୋଗଦେଲେ ବୋଲଗଡ଼ ଥାନାରେ ନୁତନ ଅଧିକାରିଣୀ ।

ବୋଲଗଡ଼ ;୧୮/୧୦ (ଉପାନ୍ତ ଓଡ଼ିଶା ):ନିକଟରେ ଘଟି ଯାଇଥିବା ଖୋଦ୍ଧା ଜିଲ୍ଲା ବେଗୁନିଆ ଥାନାର ଜବତ ବାଣ ଓ ମଦ ବିକ୍ରୀ ଘଟଣା ସାରା ଓଡିଶାରେ ଚର୍ଚା ରହିଛି। ଏହି ଘଟଣା କୁ ନେଇ ଖୋଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଜିଲ୍ଲା ର ଛଅଟି ଥାନା ଅଧିକାରୀ ଙ୍କୁ ତୁରନ୍ତ ବଦଳି କରିଥିଲେ। ସେଥିମଧ୍ୟରୁ ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ବେଗୁନିଆ ଥାନା କୁ ବଦଳି କରିଥିବା ବେଳେ ଖୋର୍ଦ୍ଧା ମଡେଲ୍ ଥାନା ର ଅତିରିକ୍ତ ଥାନା ଅଧିକାରୀରିଣୀ ସ୍ନିଗ୍ଧାମୟୀ ବରାଳଙ୍କୁ ବୋଲଗଡ଼ ଥାନା କୁ ବଦଳି କରିଥିଲେ। ବୁଧବାର ଦିନ ନୁତନ ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୋଲଗଡ଼ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ମତ ପ୍ରକାଶ କରିଛନ୍ତି କି ବୋଲଗଡ଼ ଥାନା ଅଞ୍ଚଳରେ ଆଇନ ଶ୍ରୁଙ୍ଖଳା ରକ୍ଷା କରିବା, ବେଆଇନ୍ ଗୋ ଚାଲାଣ, ମଦ, ଗଞ୍ଜେଇ, ବ୍ରାଉନସୁଗାର ଚୋରା କାରବାର କୁ ରୋକିବା, ମହିଳା ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ଦେବା, ଥାନାକୁ ଆସୁଥିବା ଅଭିଯୋଗକାରୀ ମାନଙ୍କ ପ୍ରତି ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା ଓ ପିଡୀତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।