July 1, 2024
Share


ତାରିଖ ୧୮/୧୦/୨୦୨୩ ବୁଧବାର ।।

ବିଶ୍ୱକପ୍ କ୍ରିକେଟରେ ଆଉ ଏକ ବିପର୍ଯ୍ୟୟ । ନେଦରଲ୍ୟାଣ୍ଡସଠୁ ହାରିଲା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା । ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲ୍ୟାଣ୍ଡସ ଟିମ୍ ।

ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ସମଲିଙ୍ଗୀ ସମୂଦାୟ ସହିତ ସେମାନଙ୍କ ଯୌନ ଆଭିମୁଖ୍ୟ ଆଧାରରେ ଯେପରି ଭେଦଭାବ କରା ନଯାଏ।

ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ବଡ଼ ଘୋଷଣା: ଓବିସିଙ୍କୁ ଦେବ ୨୭% ସଂରକ୍ଷଣ, ତିଆରି କରିବ ଆଇପିଏଲ ଟିମ୍‌ ।

ଇସ୍ରାଏଲକୁ ଇରାନ୍‌ର ଧମକ : ମୁସଲମାନ ସମୁଦାୟ ଓ ପ୍ରତିରୋଧ ଶକ୍ତିର ମୁକାବିଲା କେହି କରିପାରିବେ ନାହିଁ ।

ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ପରେ ବିଜେପି ସାଂସଦ ଓ ସୁପ୍ରିମ୍‌କୋର୍ଟ ଓକିଲଙ୍କୁ ତୃଣମୂଳ ସାଂସଦ ମହୁଆ ମୋଇତ୍ରଙ୍କ ଲିଗାଲ୍ ନୋଟିସ୍।

ରାଜଧାନୀ ହେବ ଭିକାରୀ ମୁକ୍ତ । ୫ଶହ ଭିକାରୀଙ୍କୁ ରଖିବା ପାଇଁ ଚିହ୍ନଟ ହେଲା ସ୍ଥାନ ।

ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ମିଳିଲାନି ବିବାହକୁ ସୀକୃତି । ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ ।

ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୧ଦିନରେ ପହଁଚିଲା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଲଢେଇ ଭିତରେ ଲେବାନନ୍ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ।

ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, ୨୫ ଲକ୍ଷ ଲୋକଙ୍କୁ ଯୋଡ଼ିବା ପାଇଁ ଆହ୍ୱାନ ।

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ବଢ଼ିଲା ବିଜୟ ଶଙ୍କରଙ୍କ ଅଡ଼ୁଆ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା ।

ଆସିଲା ବାତ୍ୟାଋତୁ : ଏକା ସମୟରେ ଆରବସାଗର ଓ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ସ୍କାଏମେଟ୍ ରିପୋର୍ଟ ବଢାଇଲା ଚିନ୍ତା ।

ଦେଶର ଦୁଇ ବଡ଼ ବେସରକାରୀ ବ୍ୟାଙ୍କ୍‌- ଆଇସିଆଇସିଆଇ ବ୍ୟାଙ୍କ୍ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କ୍ ଉପରେ କୋଟି କୋଟି ଟଙ୍କାର ଜରିମାନା ଲଗାଇଛି। ଆରବିଆଇ ବ୍ୟାଙ୍କିଂ ସହ ଜଡ଼ିତ କିଛି ନିୟମର ପାଳନ ନକରିବାକୁ ନେଇ ବ୍ୟାଙ୍କ ଉପରେ ଜରିମାନା ଲଗାଇଛନ୍ତି। ଦୁଇ ବ୍ୟାଙ୍କ ଉପରେ ସମୁଦାୟ ୧୫ କୋଟିରୁ ଅଧିକର ଜରିମାନା ଲାଗିଛି।

ବର୍ଷାରେ ଭିଜିବ ଦଶହରା । ବଙ୍ଗୋପସାଗରରେ ସକ୍ରିୟ ରହିଛି ପୂର୍ଣ୍ଣିବଳୟ । ୩ଦିନ ଯାଏଁ ବର୍ଷା ସମ୍ଭାବନା ।

ଲୋକଙ୍କୁ ଜିଅନ୍ତା ଜାଳିଛି ହମାସ୍‌: ପଣବନ୍ଦୀ ବ୍ୟକ୍ତିଙ୍କ ପ୍ରଥମ ଭିଡିଓ ଜାରି କଲା ।

ଗାଜାରେ ଭୟଙ୍କର ସ୍ଥିତି: ଖାଦ୍ୟ ନାହିଁ କି ପାଣି ନାହିଁ, ଇଜିପ୍ଟ ସୀମାରେ ଫସି ରହିଛି ରିଲିଫ୍‌ ସାମଗ୍ରୀ ।

ରାଘବ ଚଢ଼ାଙ୍କୁ ଦିଲ୍ଲୀ ହାଇକୋର୍ଟରେ ଆଶ୍ବସ୍ତି: ଟାଇପ୍‌-୭ ସରକାରୀ ବଙ୍ଗଳାରେ ରହିପାରିବେ ।

ତାମିଲନାଡ଼ୁରେ ୨ ବାଣ କାରଖାନାରେ ବିସ୍ଫୋରଣ: ୯ ମହିଳାଙ୍କ ସମେତ ୧୧ ମୃତ ।

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବ ଓଡିଶା ।

ଭାଇରାଲ ଜ୍ଵରରେ କମ୍ପୁଛନ୍ତି ପାକିସ୍ତାନୀ ଖେଳାଳି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ତାଜା ଅପଡେଟ ଦେଲା ଟିମ୍ ମ୍ୟାନେଜମେଣ୍ଟ ।

ହମାସକୁ ଶେଷ ନକରିବା ଯାଏ ଇସ୍ରାଏଲ ଅଟକିବ ନାହିଁ: ରୁଷ ରାଷ୍ଟ୍ରପତିଙ୍କୁ କହିଲେ ନେତନ୍ୟାହୁ ।

ସୁପ୍ରଭାତ ,ଶୁଭ ସକାଳ ।