March 11, 2026
IMG-20250918-WA0145
Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଜଟଣୀ ଟାଉନ ହଲ ପରିସର ରେ ରାଷ୍ଟ୍ରୀୟ ଶ୍ରମ ଦିବସ ମୁନ୍ସିପାଲଟି ସଫେଇ ମଜଦୁର ସଂଘ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଶ୍ରୀ ବିଶ୍ଵକର୍ମା ଙ୍କ ପୂଜା ସହିତ ଭାରତୀୟ ମଜଦୁର ସଂଘ ରାଷ୍ଟ୍ରୀୟ ଶ୍ରମ ଦିବସକୁ ମଧ୍ୟ ପାଳନ କରିଥାଏ।ଏଥିପାଇଁ ଏକ ସଭା ସଂଘ ତରଫରୁ ହୋଇଥିଲା l ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ଯକ୍ଷା ଶ୍ରୀମତୀ ଆରତୀ ରାଉତ,ବିଜେପି ରାଜ୍ୟ ମହିଳା ମୋର୍ଛା ଉପସଭାପତି ରଶ୍ମି ମୟୀକ ପଟ୍ଟନାୟକ, ବି.ଏମ.ଏସ.ର ବିଜୟ ପାତ୍ର,ପାର୍ଥସାରଥୀ ମହାନ୍ତି,ବନିତା ଅଞ୍ଜଳୀ, ଅମରେଶ ପଟ୍ଟନାୟକ ,ବିଜୟ ହରିଚନ୍ଦନ ପ୍ରମୁଖ ଯୋଗଦେଇ ଭାରତୀୟ ମଜଦୁର ସଂଘ, ରାଷ୍ଟ୍ରୀୟ ଶ୍ରମ ଦିବସ, ଶ୍ରୀ ବିଶ୍ବ କ୍ରମା ଠାକୁର ଙ୍କ ଉପରେ ଆଲୋକ ପାତ କରିବା ସହିତ ଶ୍ରମିକ ମାନେ ଏକତା ରହିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ମାନସୀ ନାୟକ, ଅମ୍ରିତା ମହାପାତ୍ର, ବିଜୟ ବେହେରା, ହୁଲୁ ନାୟକ,ଗୌରୀ ନାୟକ ପ୍ରମୁଖ ଶ୍ରମିକ ମାନେ ସହଯୋଗ କରିଥିଲେ।