ଆଉ ନାହାନ୍ତି…ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ସରପଞ୍ଚ, ସରୋଜ କୁମାର ସେଠି ।
କୁଜଙ୍ଗ, ( ରାହାମା )-( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ମନେ ପଡେ ଟୀକା ଗୋବିନ୍ଦଚନ୍ଦ୍ର ର କେତୋଟି ପଦ l “ସେହି କାଳଯମ ବଡ ଦାରୁଣ ଯେ ନ ଜାଣଇ ଦୁଃଖ ସୁଖ, ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ” l ଯୁବସୁଲଭ ଚେହେରା, ମନରେ ସେବା କରିବାର ଦୁର୍ବାର ସାହସ,ମୁହଁରେ ଖିଲିଖିଲି ହସ,ଭବିଷ୍ୟତର ଉଜ୍ବଳ ଆଶା, ହଠାତ ଜୀଵନ ଆକାଶରେ ଘଟିଗଲା ଅମାବାସ୍ୟା ର କଳା କିଟିକିଟି ଅନ୍ଧାର l କ୍ଷଣିକ ମଧ୍ୟରେ ଚାରିଆଡେ ବ୍ୟାପିଗଲା ଅବିଶ୍ୱାସନୀୟ ସମ୍ବାଦ l ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ର ସୁଯୋଗ୍ୟ ସନ୍ତାନ, ଦକ୍ଷ ସଂଗଠକ, ସମାଜ ସେବି, ଯୁବ ସରପଞ୍ଚ, ସରୋଜ କୁମାର ସେଠି ଙ୍କ ବିୟୋଗ ରେ ସ୍ତବ୍ଧ ହେଇ ଯାଇଛି ପୁରା ଅଞ୍ଚଳ…..। ସାବଧାର ରେ ସାମିଲ ହୋଇଛନ୍ତି ଅବାଳ ବୃଦ୍ଧ ବନିତା, ପୁରୁଷ ଓ ମହିଳା ଙ୍କ ସମେତ ବିଶିଷ୍ଟ ରାଜନେତା । ଏପରି ଏକ ଅପୂରଣୀୟ କ୍ଷତିକୁ ସହଜରେ କେହି ସହି ପାରୁନଥିଲେ । କଲେଜ ଜୀବନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ପଞ୍ଚାୟତ ର ସରପଞ୍ଚ ହେବାଭିତରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟକୁକେହି ଭୁଲି ପାରିବେ ନାହିଁ । ଆଗକୁ ଅନେକ ସ୍ବପ୍ନ ତାଙ୍କର ଅଧୁରା ରହିଗଲା….। ଜଣେ ପରୋପକାରୀ, ସହୃଦୟ ବ୍ୟକ୍ତିତ୍ବ ହେଉଛନ୍ତି ସାଇଲୋ ପଞ୍ଚାୟତ ର ଯୁବ ସରପଞ୍ଚ ସରୋଜ କୁମାର ସେଠି । ପାଞ୍ଚଭୁତରେ ବିଲୀନ ହୋଇଯାଇଛି ତାଙ୍କର ଆତ୍ମା l ପରିବାର ର ଦୁଃଖ କହିଲେ ନ ସରେ l ପଞ୍ଚାୟତ ବାସୀ ରୁଣ୍ଡ ହୋଇ ଏକ ଦୁଃଖଦ ପରିବେଶ ମଧ୍ୟରେ ସମସ୍ତେ ଶୋକାକୂଳ l ମାତ୍ର କମ ବୟସରେ ସମସ୍ତଙ୍କୁ ଶୋକ ସାଗରରେ ଭସେଇ ସାଇଲୋ ପଞ୍ଚାୟତର ସରପଞ୍ଚ ସ୍ୱର୍ଗ ଯାତ୍ରାର ପଥିକ ହୋଇଗଲେ l ପରିବାରକୁ ସାନ୍ତ୍ୱନା ଦେବାକୁ ସୁଅ ଛୁଟୁଛି ଜନ ପ୍ରତିନିଧି ମାନଙ୍କର l ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତିରେ ବିଶ୍ରାମ ଦିଅନ୍ତୁ ଅଞ୍ଚଳ ବାସୀଙ୍କ କାମନା l
