September 21, 2024

ଘୁମୁସର ର ସ୍ବର” ପକ୍ଷରୁ ୧୪୧ ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା..

Share

ବୁଗୁଡ଼ା:-ତା-୧୮-୦୯-୨୦୨୪ ଓଡ଼ିଆ ଭାଷା ,ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ଇନ୍ଦୁ ପୁର୍ଣ୍ଣିମା ଅବସରରେ ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟ ଟିକାବାଲି ଠାରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଜାତିର ଅସ୍ମିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ସମ୍ପର୍କିତ ଏକ ଅଲୋଚନା ଚକ୍ରକୁ ଜି.ଉଦୟଗିରି ଥାନା ଅଧିକାରୀ ଭଗବାନ ପୂଜାରୀ ଉଦ୍ ଘାଟନ କରିଥିବା ବେଳେ ଆଲୋଚକ ଭାବେ ସର୍ବଶ୍ରୀ କବି ଅନନ୍ତ କର, ଗୌରୀଶଙ୍କର ମିଶ୍ର,ସୁକୁମାର ବିଶ୍ବାଳ,ଡ.ଇଂ.ସଞ୍ଜୟ କୁମାର ପଣ୍ଡା, ଡ.ବିଷ୍ଣୁ ପ୍ରିୟା ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଗବତ ଓଡ଼ିଆ ଜାତିର ପ୍ରାଣ,ସବୁ ସମୟରେ ମଣିଷ ସମାଜକୁ ଦିଗ୍ ଦର୍ଶନ ଦେଇ ଆସିଛି, ଭାଗବତକୁ ଛାଡି ଓଡ଼ିଆ ଅସ୍ମିତା କଥା ଚିନ୍ତା କରା ଯାଇ ପାରିବ ନାହିଁ ଏଣୁ ଯୁବ ସମାଜ, ଛାତ୍ରଛାତ୍ରୀ ପ୍ରତ୍ୟେହ ଭାଗବତ ଅଧ୍ଯୟନ କଲେ ଶ୍ରୁ୍ୂ୍ୁଙ୍ଖଳିତ ଜୀବନ ପାଇବା ସହ ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସହାୟକ ହୋଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦ୍ବିତୀୟ ଅଧିବେଶନରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସର୍ଜନାତ୍ମକ କବିତା ଆସର କବି ସଞ୍ଜୟ କୁମାର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ଏଥିରେ ପଚାଶ ଜଣ କବି କବିତା ପାଠ କରିଥିଲେ। ଡ.ବିଷ୍ଣୁ ପ୍ରିୟା ପଣ୍ଡା (ଟିକାବାଲି) ଡ.ଇଂ.ସଞ୍ଜୟ କୁମାର ପଣ୍ଡା (ବୌଦ୍ଧ)ଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ପାଇଁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। ପ୍ରାରମ୍ଭରେ ଖଲି ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୈଳାଶ ଚନ୍ଦ୍ର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ। ଜି. ରାଜେଶ୍ବର ପାତ୍ର, ଧ୍ରୁବ ଚରଣ ପାଣିଗ୍ରାହୀ ସମେତ ମହାବିଦ୍ୟାଳୟର ଅଧ୍ୟାପକ- ଅଧ୍ୟାପିକା ମାନେ ସହଯୋଗ କରିଥିଲେ।