September 21, 2024

ପିପୁଲ୍ସ କଲେଜ ଓଡ଼ିଆ ବିଭାଗ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ

Share

 

ବୁଗୁଡ଼ା, ୧୮/୯ /:ପିପୁଲ୍ସ କଲେଜ ଓଡ଼ିଆ ବିଭାଗର ବରିଷ୍ଠ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନବାଗତ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ହରେକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଶାସନିକ ଅଧିକାରୀ ତଥା ଇତିହାସ ବିଭାଗ ମୁଖ୍ୟ ଡ଼ ପ୍ରଦୀପ କୁମାର ଦାସ ଏବଂ ଆଇ କ୍ଯୁ ଏ ସି ର ସଂଯୋଜକ ତଥା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅକ୍ଷୟ କୁମାର ସାହୁ ଅତିଥି ରୂପେ ଯୋଗ ଦେଇଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଡ଼ ହିମାଂଶୁ ଶେଖର ରଥ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ ସଞ୍ଜୟ କୁମାର ପ୍ରଧାନ ବିଭାଗର ବିଭିନ୍ନ ସମସ୍ୟା ଏବଂ ଏହାର ପ୍ରତିକାର ପାଇଁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅଧ୍ୟାପକ କିଶୋର ଚନ୍ଦ୍ର ଶବର ଏବଂ ଦୁଷ୍ମନ୍ତ ପ୍ରଧାନ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା ପୂର୍ବକ ମନଯୋଗ ସହ ପାଠ ପଢିବା ସଙ୍ଗେ ସଙ୍ଗେ ବିଭାଗର ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ l ଶେଷରେ ତୃତୀୟ ବର୍ଷ ଛାତ୍ରୀ ଶିବାନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l