August 18, 2026
ajiro khabar
Share

 

 

୧-ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲାର ୧୨ଟି, ଭଦ୍ରକର ୪ଟି, ଯାଜପୁରର ୧୦ଟି, କେନ୍ଦୁଝରର ୧୩ଟି, ମୟୂରଭଞ୍ଜର ୨୨ଟି ଏବଂ କେନ୍ଦ୍ରାପଡ଼ାର ୫ଟି ବ୍ଲକ୍‌ ବନ୍ୟାରେ ପ୍ରଭାବିତ,ମୋଟ୍ ୭ ଲକ୍ଷ ୮୫ ହଜାର ଲୋକ ପ୍ରଭାବିତ।

 

୨-ତୃତୀୟ ସୋମବାର: ଶ୍ରୀଲିଙ୍ଗରାଜକୁ ଜଳଲାଗି କଲେ ୫ ହଜାର କାଉଡ଼ିଆ।

 

୩-ବନ୍ୟାସ୍ଥିତି ପାଇଁ,ଆଜି ଯାଜପୁର ଜିଲ୍ଲାରେ ସବୁ ସରକାରୀ, ଘରୋଇ ସ୍କୁଲ ବନ୍ଦ ରହିବ।

 

୪-ପୂର୍ବତଟ ରେଳପଥ (East Coast Railway) ପକ୍ଷରୁ ସୂଚନା: ଆଜି ପାଇଁ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ବାତିଲ୍।

 

୫-କଟକ-ଭୁବନେଶ୍ୱରରେ ଓଲା, ଉବେର୍ ଓ ରାପିଡୋ ବନ୍ଦ, ୭ ଦଫା ଦାବିରେ ପ୍ରଭାବିତ ସେବା।

 

୬-ଫିଲ୍ମ ଷ୍ଟାଇଲ୍ ରେ ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଆକ୍ସନ, ଲେଡି SI ଓ ସାମ୍ବାଦିକ ଗିରଫ।

 

୭-ରାକ୍ଷୀ ପୂର୍ଣ୍ଣିମା, ଅଗଷ୍ଟ ୨୮ରେ ମିଳିବ ସୁଭଦ୍ରା ଯୋଜନା ଟଙ୍କା।ଏକ କୋଟିରୁ ଊର୍ଦ୍ଧ୍ୱ ମହିଳା ପାଇବେ ପଞ୍ଚମ କିସ୍ତି।

 

୮-ଭୁବନେଶ୍ୱର:କ୍ୟାପିଟାଲ ହସ୍ପିଟାଲ, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ।

 

୯-ରାଜଧାନୀରେ ପୁଣି ଲଭ୍, ସେକ୍ସ ଧୋକା ! ପ୍ରେମିକ ଘରେ ନୋଟିସ ଲଗାଇଲା ମଞ୍ଚେଶ୍ବର ପୋଲିସ।

 

୧୦-କେନ୍ଦ୍ରାପଡ଼ା:ଗୋବରୀ ନଦୀରେ କୁମ୍ଭୀର, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ, ସତର୍କ କଲା ପୈ।ର ପ୍ରଶାସନ।

 

୧୧-ହାଇକୋର୍ଟରେ ବିଚାରପତି ଅଭାବ ନେଇ ବାର୍‌ ଆସୋସିଏସନର କ୍ଷୋଭ।ହାଇକୋର୍ଟରେ ମୋଟ ୩୩ ଜଣ ବିଚାରପତିଙ୍କ ସ୍ଥାନରେ ବର୍ତ୍ତମାନ ମାତ୍ର ୧୭ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି।

 

୧୨-ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଲକ:୪୨ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ;ପୂର୍ବତନ ପ୍ୟାକ୍ସ ସମ୍ପାଦକ ସନୋଜ କୁମାର ମିଶ୍ର ଗିରଫ।

 

୧୩-କଣିହାଁ:ରେଙ୍ଗାଲି ଡ୍ୟାମର ୩ ଗେଟ୍ ଖୋଲା, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା ଜାରି।

 

୧୪-ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ।

 

୧୫-ଜ୍ୟୋତିଷ ଶାସ୍ତ୍ର ଓ ଗ୍ରହମାନଙ୍କ ଗୋଚର ଗଣନା:ଶନିଙ୍କ ଓଲଟା ଚଳନ ଏବଂ ଉଚ୍ଚ ଗୁରୁ ଯୋଗୁଁ ଦୀପାବଳି ପର୍ଯ୍ୟନ୍ତ ମିଥୁନ,କନ୍ୟା ଓ ତୁଳାର ରାଶି ବ୍ୟକ୍ତିମାନେ ଧନୀ ରହିବେ,ଆସିବ ସୁବର୍ଣ୍ଣ ସୁଯୋଗ।

 

୧୬-ଗାଲେ:ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ,୧୭୮ ରନ୍ ରେ ରହିଛି ଆଗୁଆ।

 

୧୭-UGC-NET ବିବାଦ: NTA ରୁ ୫୦ରୁ ଅଧିକ ଅଧିକାରୀ ବରଖାସ୍ତ, ପରୀକ୍ଷା ବ୍ୟବସ୍ଥାରେ ବଡ଼ଧରଣର ଅଦଳବଦଳ।

 

୧୮-‘ସମାଧାନ କର, ନଚେତ ମୋତେ ପୁଣି ଆନ୍ଦୋଳନ କରିବାକୁ ହେବ’: ପରୀକ୍ଷା ଦୁର୍ନୀତିକୁ ନେଇ ବର୍ଷିଲେ ବାବା ରାମଦେବ।

 

୧୯-FIH ପୁରୁଷ ହକି ବିଶ୍ୱକପ୍ ୨୦୨୬: ଇଂଲଣ୍ଡଠାରୁ ହାରିଲା ଭାରତ, ୩୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ ବିଫଳ ‘ଟିମ୍ ଇଣ୍ଡିଆ’।

 

୨୦-୨ ଲକ୍ଷ ନୂଆ 4G ଟାୱାର ଲଗାଇବ BSNL, ଜମି ବିକି ପୁଞ୍ଜି ସଂଗ୍ରହ ପାଇଁ ରହିଛି ଯୋଜନା।

 

୨୧-ରାଞ୍ଚି:ଛାତ୍ର ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ରାଜ୍ୟ ସରକାର, JSSC-CGL ରଦ୍ଦ କଲେ ସିଏମ ହେମନ୍ତ ସୋରେନ।

 

୨୨-ନୂଆ ଦିଲ୍ଲୀ:୧୪ ମୁଖ୍ୟମନ୍ତ୍ରୀ, ୪୦୦୦ ସାଂସଦ-ବିଧାୟକଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା।

 

୨୩-ଇରାନ ଚୁକ୍ତିରେ ବାଧା ଦେଲେ ଓମାନ ଉପରେ ଆକ୍ରମଣ କରିବୁ… ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ।