August 18, 2026

ଉପଖଣ୍ଡ ସୂରୀୟ ସ୍ବାଧୀନତା ଦିବସ ରେ ବି.ଏଲ୍. ଓ ସମ୍ବଦ୍ଧିତ

IMG-20260818-WA0001
Share

 

 

ହାଟଡିହି ୧୭/୮(ମନମୋହନ ନାୟକ) : ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ୮୦ ତମ ଗୌରବମୟ ସ୍ବାଧୀନତା ଦିବସ ସମାରୋହ – ୨୦୨୬ ରେ ହାଟଡିହି ବ୍ଲକ ଅନ୍ତର୍ଗତ ପଢ଼ିଆରୀପଲ୍ଲୀ ପଞ୍ଚାୟତର ବୁଥ ନମ୍ବର – ୨୩୦, କାହାଳିଆଗଢିଆ ର ବୁଥ ପୁରୀୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ଙ୍କୁ ଶ୍ରେଷ୍ଠ ବି. ଏଲ୍. ଓ ଭାବେ ସମ୍ବନ୍ଧିତ କରାଯାଇଛି । ଭାରତ ନିର୍ବାଚନ ଆୟୋଗ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମ ରେ ଶ୍ରୀ ବେହେରା ଙ୍କ ସକ୍ରିୟ ଅଂଶଗ୍ରହଣ ଓ ଅଗ୍ରଣୀ ଭାବେ ସମାପନ କରୁଥିବାରୁ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଏବଂ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କମଳ କୁମାର ପଣ୍ଡାଙ୍କ ଗହଣରେ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ଶ୍ରୀ ବେହେରା ଙ୍କ ସଫଳତା ପାଇଁ ହାଟତିହି ବିଡିଓ ରଞ୍ଜନ କୁମାର ପରିତା, ଏବିଡିଓ ରଶ୍ମିରେଖା ନାଇକ ଓ କିପିଡିଓ ଦେବଜ୍ୟୋତି ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।