ସାରଳାହାଟ ରେ, ମା ସାରଳା ତେଲଗୁ ଦଳିତମହାସଂଘ ତରଫରୁ ଜଗନ୍ନାଥ ମେଳା …
ତିର୍ତ୍ତୋଲ ତା 18/7/2026 ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରଳାହାଟ ସ୍ଥିତ ମାଉସୀମା ମନ୍ଦିରରେ, ମା ସାରଳା ତେଲଗୁ ଦଳିତ ମହାସଂଘ ତରଫରୁ, ମହାପ୍ରଭୁ ପତିତପାବନ, (ଶ୍ରୀ ଜଗନ୍ନାଥ ) ଆଡପମଣ୍ଡପ ରେ ବିଜେକରିଥିବା ଅବସରରେ, ମହାସଂଘ ର ସାଙ୍ଗଠନିକ ବୈଠକ ସଭାପତି ଗୌରାଙ୍ଗ ଚରଣ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବାସହିତ, ସନ୍ଧ୍ୟାସମୟରେ, ଜଗନ୍ନାଥମେଳା ର ଆୟୋଜନ କରାଯାଇଥିଲା l ମହାପ୍ରଭୁଙ୍କ ପୂଜାପଣ୍ଡା ଜ୍ଞ୍l ନ ରଞ୍ଜନ ପଣ୍ଡା, ରଶ୍ମୀ ରଞ୍ଜନ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ଉଦୟନାଥ ପଣ୍ଡା ଙ୍କ ତତ୍ତ୍ୱାବଧାନ ରେ ଜଗନ୍ନାଥମେଳା ଅନୁଷ୍ଠିତ ହୋଇଥିଲା l ତେବେ କାର୍ଯ୍ୟକ୍ରମ ରେ ମହାସଂଘ ର ଉପଦେଷ୍ଟା କୈଳାଶ ଚନ୍ଦ୍ର ଦାସ, ଉପସଭାପତି ଆଲୋକ ଦାସ, ସମ୍ପାଦକ କୈଳାଶ ଦାସ, ବାଚସ୍ପତି ରମେଶ ଚନ୍ଦ୍ର ଦାସ ଙ୍କ ସମେତ ବାବୁନା ଦାସ, ରୀନା ଦାସ ଓ ମମତା ଦାସ ଙ୍କ ସମେତ ସମସ୍ତ ତେଲଗୁ ସମ୍ପ୍ରଦାୟ ର ଅଧିବାସୀ ମାନେ ଅଂଶଗ୍ରହଣ କରି, ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
