July 18, 2026

ଗଜପତି:-ବୃଷଭ ଗ୍ରାମ ପଞ୍ଚାୟତରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260718-WA0103
Share

 

 

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଆଜି ବୃଷଭ ସ୍ଥିତ ଗ୍ରାମ-ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଦାରିଦ୍ର୍ୟ ନିବାରଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା) ସ୍କିମ୍–୨୦୧୫ ଏବଂ ମହମ୍ମଦ ଅହମଦ ଖାନ ବନାମ ସାହ ବାନୋ ବେଗମ୍ ଓ ଅନ୍ୟାନ୍ୟ ( କ୍ରିମିନାଲ ଅପିଲ ନଂ ୧୦୩ ଅଫ୍ ୧୯୮୧) ମାମଲାର ଐତିହାସିକ ରାୟ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରା ଯାଇଥିଲା।

ବକ୍ତା ମାନେ ଦରିଦ୍ର ଓ ଦୁର୍ବଳ ବର୍ଗଙ୍କ ପାଇଁ ମାଗଣା ଆଇନ ସହାୟତାର ସୁବିଧା ଏବଂ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ ଆଇନଗତ ଅଧିକାର ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ , ଜିଲ୍ଲା କୋର୍ଟ ର ପି ପି ଶ୍ରୀ ରାଜେଶ କୁମାର ମିଶ୍ର, ଶ୍ରୀ ପ୍ରଶାନ୍ତ ପାଲାକା , ପୋଲିସ ଏସ ଆଇ ସେରଙ୍ଗ ଥାନା; ଶ୍ରୀ ପ୍ରାଣ ରଞ୍ଜନ ନାୟକ, ମନୋବିଜ୍ଞାନୀ ଓ ସମାଜସେବୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି; ଶ୍ରୀମତୀ ପ୍ରଣତି ରଇତ, ସରପଞ୍ଚ, ବୃଷଭ ଗ୍ରାମପଞ୍ଚାୟତ; ଶ୍ରୀ ଚୌଧୁରୀ ଶିବ, ଏଡିଇଓ, ବୃଷଭା ଗ୍ରାମପଞ୍ଚାୟତ ଏବଂ ଶ୍ରୀ ଦୟା ପାଲାକା , ସମାଜସେବୀ, ଆଲଡା ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ।

 

(  ଗଣେଶ କୁମାର ରାଜୁ)