ଲୋକ ଙ୍କ ଗୁହାରି ଶୁଣିବା ସହ , ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଧାୟକ
ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଡାଗାଁ ନିକଟ ରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ବିଧାୟକ ରୁପେସ ପାଣିଗ୍ରାହୀ ଙ୍କ ଜନ୍ମଦିନ ବହୁ ଧୂମଧାମ ରେ ପାଳନ କରାଯାଇଛି, ପ୍ରଥମେ ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ ସମେତ ଶତାଧିକ ପ୍ରଶଂସକ ବିଧାୟକ ଙ୍କୁ ଫୁଲମାଳ ଓ ଫୁଲ ତୋଡା,ବାଜା ବଜାଇ ନ୍ତୃତ୍ୟ ପ୍ରଦର୍ଶନ କରି ବିଧାୟକ ଙ୍କୁ ସ୍ଵାଗତ ଜଣାଇଥିଲେ , ପରେ ମହାବୀର ହନୁମାନ ଙ୍କ ଦର୍ଶନ କରି ଅଶ୍ରିବାଦ ଭିକ୍ଷା କରିଥିଲେ ବିଧାୟକ, ଆଡାଗାଁ ଓ ନିକଟତମ ଗ୍ରାମ ର 3ସହ ରୁ ଉର୍ଦ୍ଧ ପ୍ରଶଂସକ ଙ୍କ ଉପସ୍ଥିତି ରେ କେକ୍ କାଟିଥିଲେ ବିଧାୟକ ,ଶତାଧିକ ପ୍ରଶଂସକ ବିଧାୟକ ଙ୍କୁ ଶୁଭେଛା ଜଣାଇଥିଲେ, ପରେ ସମସ୍ତଙ୍କୁ ମିଷ୍ଟନ ବଣ୍ଟନ କରିଥିଲେ ଏହି ଅବସରେ ପାଖାପାଖି ଗ୍ରାମ ଗୁଡିକରୁ ଆସିଥିବା ଲୋକ ଙ୍କ ସମସ୍ୟା ବିଷୟରେ ଶୁଣିଥିଲେ ବିଧାୟକ, ଏହି ଗ୍ରାମ ପାଖାପାଖି ଥିବା ସମସ୍ୟା ର ସମାଧାନ ଅତି ଶୀଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ବିଜେଡି ବ୍ଲକ ସଭାପତି ଇଶ୍ୱର ରାଓ, ଜିଲ୍ଲା ପରିଷଦ ଏସ ବାଲରାଜୁ, ବରିଷ୍ଟ ବିଜେଡି ନେତା ଗଜପତି ରାଓ, ଯୁବନେତା ୟାଦଗିରି ସହ ଶତାଧିକ ଯୁବ, ମହିଳା, ବରିଷ୍ଟ ନେତା ମାନେ ଉପସ୍ଥିତ ଥିଲେ
