October 5, 2024

କରସିଙ୍ଗି ହାଇସ୍କୁଲକୁ ମନ୍ତ୍ରୀଙ୍କ ପରିଦର୍ଶନ , ପଦାରେ ପଡିଲା ଫାଇଭ୍-ଟି ଗୁମର , ଘୋଟାଲାକୁ ସ୍ବୀକାର କଲେ ପ୍ରଧାନ ଶିକ୍ଷକ 

Share

 

  ବାଲିପଦର : ତା ୧୮/୦୭/୨୪ : ଗତ ସରକାରଙ୍କ ଅମଳରେ ଫାଇଭ-ଟି ଅଧିନରେ ସମସ୍ତ ହାଇସ୍କୁଲକୁ ଚକାଚକ କରି ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ କେଉଁଠି କେବଳ ରଙ୍ଗ ମାରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ବେଳେ ଆଉ କେଉଁଠି ନୂତନ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲେ ହେଁ ଚାବି ପକାଇ ରଖାଯାଇଥିବାରୁ ପିଲାମାନେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ବେଳେ ଫାଇଭ୍-ଟି ଅଧିନରେ ବିଦ୍ୟାଳୟ ରୂପାନ୍ତରୀକରଣ ଆଳରେ ଘୋଟାଲା ହୋଇଥିବା ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଆଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବେହେରା ସ୍ବୀକାର କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ , ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମନ୍ତ୍ରୀ କରସିଙ୍ଗି ଯାଇଥିବା ବେଳେ ଅଚାନକ ସେଠାକାର ହାଇସ୍କୁଲ ମଧ୍ୟକୁ ପ୍ରବେଶ କରିଥିଲେ । ସେଠାରେ ପିଲାଏ ବାରଣ୍ଡାରେ ବସି ପଢୁଥିବା , ଦୁଇଟି ନୂଆଁ କୋଠରୀରେ ତାଲା ପଡିଥିବା , ପାନୀୟ ଜଳ ଓ ଶୌଚାଳୟର କୌଣସି ବ୍ଯବସ୍ଥା ନଥିବା ଆଦି ଦୃଶ୍ୟ ମନ୍ତ୍ରୀଙ୍କ ନଜରକୁ ଆସିଥିଲା । ଏଭଳି ଅବ୍ୟବସ୍ଥା ଦେଖି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା ବେଳେ ମାତ୍ର ପାଞ୍ଚ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଠିକାଦାର ୪୫ ଲକ୍ଷ ଟଙ୍କା ବିଲ କରିଥିବା ବେଳେ ଉପର ଆଡୁ ପ୍ରେସର ହେବାରୁ ସେ ୪୫ ଲକ୍ଷ ଟଙ୍କା ଉଠାଇ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିଥିଲେ l ଅନ୍ଯପକ୍ଷରେ ସମ୍ପୃକ୍ତ ଠିକାଦାର ନିର୍ମାଣ ସରିଥିବା ଦୁଇଟି ଶ୍ରେଣୀ ଗୃହକୁ ତାଲା ପକାଇ ରଖିଥିବାରୁ ପିଲାମାନେ ବାରଣ୍ଡାରେ ବସୁଥିବା କଥା ଶୁଣିବା ପରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଉକ୍ତ ଶ୍ରେଣୀ କକ୍ଷ ଦ୍ବୟର ତାଲା ଭଙ୍ଗା ଯାଇଥିଲା l ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଥିବା ଏହି ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ସମ୍ପୂର୍ଣ ଭାଙ୍ଗିପଡିଥିବା ଅଧ୍ଯୟନରତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବା ସାଙ୍ଗକୁ ଚରିତ୍ରବାନ କରିବାପାଇଁ ଶିକ୍ଷକମାନଙ୍କୁ ତାଗିଦ କରିବା ସହିତ ବିଦ୍ୟାଳୟର ପୁରୁଣା କାନ୍ଥରେ ଚୂନ ମାରି ଫାଇଭ୍-ଟି ଅନୁଦାନ ରାଶି ହଡପ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ବିଦ୍ୟାଳୟର ଉନ୍ନତିକରଣ କରାଯିବ ବୋଲି କହିଥିଲେ l