October 5, 2024

ମିନା ବଜାର ର ମଜା ନେଲେ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁର ଠାରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଅବସରରେ ମିନା ବଜାର ର ଭଳିକି ଭଳି ଦୋକାନ, ବଜାର ସହ ବିଭିନ୍ନ ଦୋଳି, ନୌକା ବିହାର, ନୃତ୍ୟ ଦୋଳି ଏସବୁ ମନରଞ୍ଜନ ଭିତ୍ତିକ ଜିନିଷ ପଡିଛି । ଗୁଣୁପୁର ଉପଖଣ୍ଡ ପ୍ରଶାସନିକ ଅଧିକାରୀମାନେ ଏହାର ଭରପୁର ମନରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା । ଉପଜିଲ୍ଲାପାଳ କିରଣ ଦୀପ କୌର , ତହସିଲଦାର ଲୀଳାବତୀ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ଦେଖିବା ସହ ମିନାବଜାର ରେ ମନରଞ୍ଜନ କରିଥିଲେ  ।