March 11, 2026

ଜାତୀୟ ସ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ସମ୍ମାନିତ, ଶ୍ରେଷ୍ଠ ପାରଦର୍ଶିତା ପାଇଁ ’ଭୂମି ସମ୍ମାନ’ ପ୍ରଦାନ

IMG-20230718-WA0004
Share

ଜାତୀୟ ସ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ସମ୍ମାନିତ, ଶ୍ରେଷ୍ଠ ପାରଦର୍ଶିତା ପାଇଁ ’ଭୂମି ସମ୍ମାନ’ ପ୍ରଦାନ

ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛି । ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ” ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର” ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ କରକମଲରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜିଲ୍ଳାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଯଥା- ଜମି ପଟ୍ଟାର କମ୍ପୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ଵଚ୍ଛତା ଅନୁପାଳନ ,ଆଧୁନିକ ରେକର୍ଡ଼ ରୁମ ପରିଚାଳନା ଓ ଜମି ଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପୁଟରୀକରଣ ,ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ୨୩ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଛି। ଏଥି ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ଭାରତର ରାଷ୍ଟ୍ରପତି ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଦାନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଗଞ୍ଜାମ ଜିଲ୍ଲା ଡେପୁଟି କଲେକଟର ଦୟା ସିନ୍ଧୁ ପରିଡା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ