March 10, 2026

ଉମରକୋଟ ବିଜେପି ର ଜନ ସଂପର୍କ ଅଭିଯାନ ରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା

IMG-20230718-WA0000
Share

ଉମରକୋଟ ବିଜେପି ର ଜନ ସଂପର୍କ ଅଭିଯାନ ରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ:- ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତ୍ୟେକ ମଣ୍ଡଳ ରେ ଜନସଂପର୍କ ଅଭିଯାନ ଚାଲିଥିବା ବେଳେ ଉମରକୋଟ ନଗର ମଣ୍ଡଳ ରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ରେ ମୋଦି ସରକାର ଙ୍କ ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ରେ ଉମରକୋଟ ଓ ରାଇଘର ର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ସଭାରେ ନିମନ୍ତ୍ରିତ କରି ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ରେ ଉମରକୋଟ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦ୍ୟସ ଶ୍ରୀ ରମେଶ ଚନ୍ଦ୍ର ସାହୁ , ଯୁବ ନେତା ସାନ୍ତୁ ମହାପାତ୍ର, ଉମରକୋଟ ନଗର ସଂଯୋଜୋକ ସୁରେଶ୍ ଆଚାର୍ଯ୍ୟ ଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ