March 10, 2026

ମୁକୁନ୍ଦପୁର ଅଞ୍ଚଳରେ ଲାଗିଲା ନାଲି ପତାକା

IMG-20250618-WA0024
Share

 

 

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡ଼ି ଗ୍ରାମ ପଞ୍ଚାୟତ ର ଟି ସିକାବାଡ଼ି ଗ୍ରାମରେ ସିପିଆଇ ସମର୍ଥନ ନାଲି ପତାକା ଦେଖିବାକୁ ମିଳିଛି ।କେନ୍ଦ୍ର ଓ ରାଜ୍ୟ ସରକାର ଜମି ଜମା ଉପରେ ବିଭିନ୍ନ ପ୍ରକାର ଆଇନ ଆଣି ଲୋକଙ୍କ ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ଅସଫଳ ହେବାରେ ଲାଗୁଛି ବୋଲି ଚର୍ଚ୍ଚା ଜୋର ଧରିଛି।ଫଳରେ ଜମି ଖଣ୍ଡିକ ପାଇଁ ଭୂମି ହୀନ ଲୋକମାନେ ସିପିଏମ ର ସାହାରା ନେଇ ଜମିରେ ନାଲି ପତାକା ପତିଛନ୍ତି ।ନାଲି ପତାକା ଦେଖି ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ମୁକୁନ୍ଦପୁର ଅଞ୍ଚଳରେ ଦୀର୍ଘ ବର୍ଷ ପରେ ନାଲି ପତାକା ଟି ସିକାବାଡ଼ି ଠାରେ ଲାଗିଥିବା ଦେଖିବାକୁ ମିଳିଛି ।ଏହି ସମ୍ପର୍କରେ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶାଙ୍କର ତ୍ରିପାଠୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଆମେ ଦେଖିବୁ ବୋଲି କହିଲେ ।ଏହି ଭଳି ପରିସ୍ଥିତି ରେ ମୁକୁନ୍ଦପୁର ଫାଣ୍ଡି ପାଦ ଦେଶର ଘଟଣା ଘଟିଯାଉଛି ଅଧିକାରୀ ମାନଙ୍କ ପାଖରେ ଖବର ନାହିଁ ।ଦୁର୍ଭାଗ୍ୟ ର ବିଷୟ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।