September 29, 2024

ଉଦଯାପିତ ହେଲା ପାରାଦୀପ ଗଡ଼ ପ୍ରସିଦ୍ଧ ରଜ ମହୋତ୍ସବ…

Share

ପାରାଦୀପ( ଦେବାଶିଷ ପାଣି)ଉଦଯାପିତ ହୋଇଯାଇଛି ପାରାଦୀପ ଗଡ଼ ର ପ୍ରସିଦ୍ଧ ରଜ ମହୋତ୍ସବ l ରଜଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମିନାବଜାର, ରାମଦୋଳି ଓ ବିଭିନ୍ନ ପ୍ରକାର ର ଚଟପଟି ଖାଦ୍ୟ ସାଙ୍ଗକୁ ରଜପାନ ର ମଜା ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସି l ଅନ୍ତିମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓଡିଶା ସରକାର ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ସହିତ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ଓଲିଉଡ଼ ର ହାସ୍ୟ ଅଭିନେତା ହରିହର ମହାପାତ୍ର l ପାରାଦୀପ ଗଡ଼ ରଜ ମହୋତ୍ସବ କମିଟି ତରଫରୁ ଉତ୍କଳୀୟ ସଂସ୍କୃତି,ଐତିହ୍ୟ, ପରମ୍ପରା କୁ ଉଜ୍ଜୀବିତ କରିବାର ଯେଉଁ ପ୍ରୟାସ ଜାରି କରିଛନ୍ତି ଏ ନେଇ ଅତିଥି ମାନେ ମହୋତ୍ସବ କମିଟି କୁ ଧନ୍ୟବାଦ ଜ୍ଞାପନ କରିବା ସହିତ କିପରି ଏହି ମହୋତ୍ସବ କୁ ଆହୁରି ସରସ ସୁନ୍ଦର କରାଯିବ ଏ ନେଇ ସମସ୍ତ ସହଯୋଗ ପ୍ରଦାନ କରିବାକୁ କହିଥିଲେ ମୁଖ୍ୟ ଅତିଥି l