March 10, 2026

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପୂର୍ବାଭ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

IMG-20230618-WA0037
Share

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପୂର୍ବାଭ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପୂର୍ବାଭ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକୃତିକ ସମସ୍ତ ବିଭାଗ ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟ ସମ୍ବଳିତ ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ତେବେ ରାମନାଗୁଡା ବ୍ଲକର ବନ୍ୟା ପ୍ରବଳ ଅଞ୍ଚଳ ଭାବେ ଭାମିନି ଓ ଗୁଲୁମୁଣ୍ଡାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯିବା ସହ ଶୂନ୍ୟ ଧନଜୀବନ ହାନି ଲକ୍ଷ୍ୟ ହାସଲ ଦିଗରେ ବିଡ଼ିଓ ସୁଶ୍ରୀ ଝୋଡିଆ ଗୁରୁତ୍ବରୋପ କରିଥିଲେ।ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିବାବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା