March 11, 2026

ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍‌, ୩ ଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି..

IMG-20250518-WA0010
Share

 

 

 

ଗଜପତି ୧୮/୦୫: ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍‌। ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି।

 

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ମାର୍ଲବା ଘାଟିରେ ରବିବାର ଭୋରୁ ଇସ୍ପାତ ନାମକ ଯାତ୍ରୀବାହୀ ବସ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ପାହାଡରେ ପିଟିହୋଇଯାଇଥିଲା। ଏଥିରେ ପ୍ରାୟ ପଚିଶି ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବସ କଣ୍ଡକ୍ଟରଙ୍କ ସମେତ ତିନି ଯାତ୍ରୀ ଗୁରୁତର ହୋଇଥିବା ସହ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

 

 

 

ଆହାତ ବ୍ଯକ୍ତିମାନେ ହେଲେ କାଶୀନଗର ଗ୍ରାମର ସଦାନନ୍ଦ ନାୟକ (୫୨), ପି. ଭାସ୍କର ରାଓ (୫୩) ,ପୁରୀ ଜିଲ୍ଲାର ସନ୍ତୋଷ ସାହୁ (୩୮),ରାୟଗଡ଼ର ଜୁରୀଆ ନାୟକ (୨୭) , ରୁବୁଡାର ମିକୁ ନିଅଲ ରଇତ (୩୮), ଭୁବନେଶ୍ବରର ଧର୍ମେନ୍ଦ୍ର ପଟ୍ଟନାୟକ (୩୮) ବୋଲି ଜଣାପଡିଛି l ତେବେ ସମସ୍ତ ଗୁରୁତର ଏବଂ ଆହତଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତିନି ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି l