March 8, 2026

ଯଖଲା ମହାବୀର ମନ୍ଦିର ରାସ୍ତା ପାଲଟିଛି ମରଣଯନ୍ତା 

IMG-20250518-WA0008
Share

ବୋଲଗଡ,୧୮/୦୫(ଉପାନ୍ତ ଖବର): ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ  ଅନ୍ତର୍ଗତ  ଗବଡିହ  ସ୍ଥିତ ଯଖଲା ମହାବୀର ମନ୍ଦିର ରାସ୍ତା ଦୀର୍ଘବର୍ଷ ଧରି  ମରଣଯନ୍ତା  ପାଲଟିରହିଅଛି l ଶାସନ ଗ୍ରାମ ଠାରୁ ବନ୍ଧଦେଇ ମହାବୀର ମନ୍ଦିର ସଂଯୋଗ କରୁଥିବା ପାହାଡିଆ ରାସ୍ତାଟି ମରଣଯନ୍ତାରେ ପରିଣତି ହୋଇ ପଡିରହିଛି l ସଂଯୋଗ କରୁଥିବା କଚ୍ଚା ରାସ୍ତାଟି ବର୍ଷା ପାଣି ବୋହିବା ଫଳରେ ପାହାଡିଆ ପଥର ସହିତ ଖାଲଖମା ସୃଷ୍ଟି ହେବା ଫଳରେ ଶ୍ରଦ୍ଧାଳୁ ଭକ୍ତ ମାନେ  ଯାତାୟତରେ   ନନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ଏହି ସ୍ଥା ନ ଟି ପ୍ରଭୁ ଶ୍ରୀ ଶ୍ରୀ ମହାବୀରଙ୍କ ମନ୍ଦିର ତଥା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମନୋରମା ପରିବେଶ ହୋଇଥିବାରୁ ପ୍ରତିଦିନ ଲୋକ ମାନେ ସମାଗମ ହୋଇଥାନ୍ତି। ପ୍ରତିଦିନ ଲୋକମାନେ ଯାତାୟତରେ ଏହି ମରଣଯନ୍ତା ରାସ୍ତାଟି ବାଧକ ସାଜିଛି l ବର୍ଷଯାକର ମଙ୍ଗଳବାର, ଶନିବାର,ସଂକ୍ରାନ୍ତି, କାର୍ତ୍ତିକମାସରେ ବହୁ ଶ୍ରଦ୍ଧାଳୁ ଯାତାୟତ କରୁଥିବାବେଳେ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ମହା ଯାତ୍ରାରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥାନ୍ତି l ବିଗତ ସରକାରରେ ମଠ, ମନ୍ଦିର, ମସଜିଦ ର ଉର୍ନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ମିଳିଥିଲେ ମଧ୍ୟ ଯଖଲା ମହାବୀର ମନ୍ଦିର ଏଥିରୁ ବାଦ ପଡିଛି, ଏଥିପ୍ରତି ବିଭାଗୀୟ କତୃପକ୍ଷ ଧ୍ୟାନଦେବା ସହିତ ରାଜ୍ୟସରକାର ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଦୃଷ୍ଟି ଦେବା ପାଇଁ ଜନସାଧାରଣ ମାନେ ଦୃଢ ଦାବୀ କରିଛନ୍ତି l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।