ଗୋପିଆକୁଦ ପଞ୍ଚାୟତରେ ବାଇକ୍ ରାଲି ସହ ଶକ୍ତି ପ୍ରଦର୍ଶନ ଦେଖାଇଲେ ବିଜେଡ଼ି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ….
ମିଳୁଛି ସମର୍ଥନ ବଢୁଛି ଲୋକ ପ୍ରିୟତା।ବିଶ୍ୱାସ ଭାର୍ଯ୍ୟନ ହେଉଛନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ।ପ୍ରଥମ ଥର ପାଇଁ ପଞ୍ଚାୟତରେ ମଟର ସାଇକେଲ ରାଲୀ କରିବା ସହ ଘରେ ଘରେ ଲୋକଙ୍କୁ ଭେଟି ଆଶ୍ରିବାଦ ନେବା ସହ ଭୋଟ୍ ଭିକ୍ଷା କଲେ ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ ।ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଗୋପିଆକୁଦ ପଞ୍ଚାୟତର ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ତଥା କୁଜଙ୍ଗ ବ୍ଲକ ବିଜୁ ଜନତା ଦଳର ମହିଳା ସଭାପତି ପୁଷ୍ପଲତା ବେହେରା, ଗୋପିଆକୁଦ ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ତଥା ସମାଜ ସେବୀ ପ୍ରକାଶ ବେହେରା ଙ୍କ ନେତୃତ୍ୱରେ ଆଜି ପ୍ରଥମେ ସମାଗୋଳ ଛକ ରୁ ଶତାଧିକ ବିଜେଡି କର୍ମୀ ଙ୍କୁ ନେଇ ବିଭିନ୍ନ ଗ୍ରାମ ତଥା ଦୁଆଡ଼ିଆ, ତାଳଦଣ୍ଡା, ଗୋଠଡ଼ିଆ, ବାରିହା ଦେଇ ବିରାଟ ପଟୁଆରରେ ଆସି ସାହୁବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ।ତେବେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀକୁ ବିଜେଡ଼ିର ଗଡ଼ କୁହାଯାଉଥିବା ଥିବା ବେଳେ ଏହି ନିର୍ବାଚନ ମଣ୍ଡଳରେ ଲୋକେ ଦୀର୍ଘ ବର୍ଷ ଧରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଏହି ନିର୍ବାଚନ ମଣ୍ଡଳୀରେ ରାସ୍ତା,ପାନୀୟ ଜଳର ସମସ୍ୟା,ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ ୨୦୨୪ ସଧାରଣ ନିର୍ବାଚନରେ ଯଦି ବିଜୟ ଲାଭ କରିବା ପରେ ସଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବେ ବୋଲି ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ଏହି ଶକ୍ତି ପ୍ରଦର୍ଶନ ରେ କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳ ର ସଭାପତି ଅରୁପ୍ରସାଦ ମହାନ୍ତି,ଗୋପିଆକୁଦ ପଞ୍ଚାୟତ ସମିତି ସଭ୍ୟା ସାକ୍ରା ଟୁଡୁ, କୁଜଙ୍ଗ ବ୍ଲକ ଓ ଗୋପିଆକୁଦ ପଞ୍ଚାୟତ ବିଜୁ ଜନତା ଦଳରେ ପଦ ପଦବୀରେ ଥିବା ଅରକ୍ଷିତ ପରିଡା, ଉମାକାନ୍ତ ଯତି, ମାନସ ପରିଡା, ନନ୍ଦିନ ପଣ୍ଡା ନରେନ୍ଦ୍ର ପରିଡ଼ା ବିଶ୍ଵନାଥ ପରିଡ଼ା, ପ୍ରକାଶ ପରିଡା, ବାପୁଜୀ ପରିଡା, ପ୍ରଭଞ୍ଜନ ରାଉତ , ନିରଞ୍ଜନ ସାମଲ ପ୍ରମୁଖ ସହଯୋଗ କରିଥିଲେ।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )