April 24, 2026

ଉମରକୋଟ ରେ ଚାଷିଙ୍କୁ ମିଳୁନି ବିହନ……

gehu
Share

 

ଉମରକୋଟ:–୧୭-୦୫-୨୪- ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କିନ୍ତୁ ଚାଷୀ ଙ୍କୁ ଯଦି ଠିକ ସମୟରେ ବିହନ ଓ ସାର ନମିଳେ ତାହେଲେ ଚାଷୀ ଚାଷ କରିବେ କିପରି?ଚଳିତ ବର୍ଷ ଅକ୍ଷୟ ତୃତୀୟା ରେ ବିହନ ଅନୁକୂଳ ନିମନ୍ତେ ଚାଷୀଙ୍କୁ ବିହନ ମିଳିନଥିବା ସୂଚନା ମିଳିଛି l ଚାଷୀ ପାରମ୍ପରିକ ଭାବେ ନିଜ ଘରେ ରଖିଥିବା ବିହନ ଅନୁକୂଳ କରିଥିବା ଜଣା ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରେ।ଅକ୍ଷୟ ତୃତୀୟା ଯାଇ ଆଜକୁ ଆଠ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉମରକୋଟ ଅଂଚଳରେ କୌଣସି ବିହନ କେନ୍ଦ୍ର ଖୋଲା ଯାଇନାହିଁ କି ବିହନ ନିଗମ ଦ୍ବାରା ଚାଷିଙ୍କୁ ବିହନ ଦେବାର ବନ୍ଦୋବସ୍ତ କରାଯାଇନାହିଁ। ପ୍ରାୟତଃ ଓଡିଶାର ଚାଷ କାର୍ଯ୍ୟ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରାଯାଉଥିବା ବେଳେ,ଉମରକୋଟ ଅଂଚଳରେ ମଧ୍ୟ ଚାଷ କାମ ଆରମ୍ଭ ହୋଇଥାଏ। ଚାଷୀ ବିହନ ଅନୁକୂଳ କରିବା ପରେ ଚାଷ କାର୍ଯ୍ୟ ରେ ଲାଗି ପଡିଥାଏ। ବର୍ତ୍ତମାନ ଠାରୁ ଚାଷୀ ପାଇଁ କାଳ ସାଧିଲାଣି ବିହନ। ପାଣି ପାଗ କେନ୍ଦ୍ର ଦ୍ବାରା ଚଳିତ ବର୍ଷ ମୌସୁମୀ ବର୍ଷା ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ଆସିବା ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିହନ କେନ୍ଦ୍ର ରେ ବିହନ ଯୋଗାଇବା ସରକାରଙ୍କ କାର୍ଯ୍ୟ ଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ରଥଯାତ୍ରା ବେଳକୁ ପ୍ରାୟତଃ କିଛି ଚାଷୀ ଙ୍କର ରୂଆ, ବେଉସା ସରିଯାଇଥାଏ।ଉମରକୋଟ ଏକ କୃଷି ପ୍ରଧାନ ଅଞ୍ଚଳ । ଏଠାରେ ପ୍ରାୟତଃ ମକା ଚାଷ ସହ ଧାନ ଚାଷ ମଧ୍ୟ କରାଯାଇଥାଏ। ଏଠାରେ କିଛି ଚାଷୀ ସରକାରୀ ବିହନ ଉପରେ ଭରସା କରି ଚାଷ କାର୍ଯ୍ୟ କରିଥାନ୍ତି। କିନ୍ତୁ ଏବର୍ଷ ବିହନ ମିଳିନଥିବା ଯୋଗୁଁ ଚାଷୀମାନେ ହତାଶ ‌ହୋଇ ବସି ରହିଛନ୍ତି।(ଏମ୍.ଦୀନା°ଶୁ ଆଚାରୀ)

You may have missed