March 10, 2026

ଡେଲାଙ୍ଗ ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ….

lomk
Share


ଆଜି ପୁରୀଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଆଜି ଦିନ ଚାରିଟାରେ ବଲିଉଡ ଅଭିନେତ୍ରୀ ‘ ହେମାମାଳିନୀ ଆସିଥିବା ବେଳେ ସନ୍ଧ୍ୟା ଆଠଟା ସମୟରେ ଆସାମର ମୁଖ୍ୟମନ୍ତୀ ହିମନ୍ତ ବିଶ୍ଵଶର୍ମା ଡେଲାଙ୍ଗ ରେଞ୍ଚ ଖେଳପଡିଆଠାରେ ପହଞ୍ଚି ବିଶାଳ ଜନ ସମାବେଶ ରେ ଯୋଗଦେଇଥିଲେ l ବିଶ୍ୱସର୍ମାଙ୍କୁ ଏହି ସମାବେଶ ରେ ବିପୁଳ ସମ୍ବୋର୍ଧନା କରାଯାଇଥିଲା l ସେ କହିଥିଲେ କି ନବୀନ ଭାଷଣ ଦେଲାବେଳେ ପାଣ୍ଡିଆନ ମାଇକି ଧରୁଛି l ତେଣୁ ଆମ ଓଡ଼ିଶାରେ ସାଧାରଣ ମାଇକ ଧରିବାର ଚାକିରୀ ଟିକୁ ବି ଫାଣ୍ଡିଆନ କୁ ଦିଆଯାଇଛି l ଆମ ଓଡ଼ିଆ ଯିବେ ଦାଦାନ ଖଟିବାକୁ ଓଡ଼ିଶାରେ ତାମିଲ କରିବ ରାଜ l ତାମିଲ ରାଜ ହଟେଇବା ପାଇଁ ଆସନ୍ତା ପଚିଶ ତାରିଖରେ ଡବଲ ଇଂଜିନ ମାନେ ଦୁଇଟି ପଦ୍ମଫୁଲ ବଟମ ଦବାଇ ଆମ ଦୁଇଭାଇଙ୍କୁ ବିଧାନସଭା ଏବଂ ଲୋକସଭା ପଠାନ୍ତୁ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)