March 10, 2026

ପାତାଳି ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକ

160a2b3c-d48d-4933-9d58-58b05178bdd0
Share

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ର କୋଟସମଲେଇ ଠାରେ ଆଜି ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ଉତ୍ସବ ପାଇଁ ପାତାଳି ପରିଚାଳନା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାତାଳି କ୍ଷେତ୍ରର ବିକାଶ ଦିଗରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ପାନୀୟ ଜଳ ର ଅଭାବ କୁ ଦୂର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଅବହେଳା କୁ ଦୃଷ୍ଟିଗୋଚର କୁ ଆଣିଥିଲେ, ପାତାଳି କ୍ଷେତ୍ର ପରିସରରେ ମହାପ୍ରଭୁଙ୍କ ସ୍ନାନଜଳ ପାଇଁ ଏକ ସ୍ୱତନ୍ତ୍ର କୂପ ଖନନ କରାଯାଇ ସେହି କୂପରୁ ଜଳ ଆଣି ଶ୍ରୀଜୀଉ ଙ୍କୁ ସ୍ନାନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଗଲା,ଏହାସହ ଆସନ୍ତା ଜୁନ ଚାରି ତାରିଖ ରେ ହେବାକୁ ଥିବା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଦିନ 108 ଗରା ଜଳ ରେ ମହାପ୍ରଭୁଙ୍କୁ ସ୍ନାନ କରାଇବା ସହିତ ନୀତିକାନ୍ତି ରେ ସମସ୍ତ ପ୍ରକ୍ରିୟା ଚାଲୁରହିବ ବୋଲି ଟ୍ରଷ୍ଟର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବୈଠକରେ ଉପସ୍ଥାପନା କରିଥିଲେ l ଉକ୍ତ ବୈଠକରେ ଜଗଦୀଶ କର୍ଣ୍ଣ, ନରସିଂହ ପଧାନ,ଜାନକୀରାମ ଦେହେରୀ, ମହାଦେବ ସାହୁ,ଶରଦ ଚାନ୍ଦ, ମୁରଲୀଧର ଭୋଇ,ପର୍ଶୁରାମ ବାରିକ, ନଳିନୀକାନ୍ତ ବାଘ, ସତ୍ୟଜିତ ଗଡୁଆ, ଅଭିଷେକ ପାତ୍ର, ବିରେନ୍ଦ୍ର ଭୋଇ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l